ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଉ ୩୬ଟି ପୋଲିସ ଥାନା ଖୋଲିବ। ପ୍ରସ୍ତାବିତ ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବଢ଼ୁଥିବା ଜନସଂଖ୍ୟା ଓ ପ୍ରଶାସନିକ ସୁବ୍ୟବସ୍ଥା ପାଇଁ ବର୍ତ୍ତମାନ ରାଜ୍ୟରେ ଥିବା ଥାନାର ବିଭକ୍ତୀକରଣ ତଥା ଫାଣ୍ଡିଗୁଡିକର ଉନ୍ନୟନ କରାଯାଇ ଥାନାରେ ପରିଣତ କରାଯାଇଛି ।

ଏହି ନୂଆ ଥାନାଗୁଡିକ ପାଇଁ ଇନ୍ସପେକ୍ଟର ଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ୫୬୩ଟି ନୂଆ ପଦବୀ ସୃଷ୍ଟି କରାଯାଇଛି।ଏହି ନୁଆ ୩୬ଟି ଥାନା  ପ୍ରତିଷ୍ଠା ହେଵା ଦ୍ୱାରା ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ଦିଗରେ ଓଡିଶା ପୋଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ତେବେ ନୂତନ ଭାବରେ ଖୋଲୁଥିବା ଏହି  ଥାନାଗୁଡିକ ମଧ୍ୟରେ ଅନୁଗୁଳର ବଗେଡିଆ ଓ ଗୋପାଳପ୍ରସାଦ, ବାଲେଶ୍ୱରର ଗୋପଳପୁର ଓ ଅନନ୍ତପୁର, ବରଗଡର ବରଗଡ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର ଓ ବଉଦର ଘଣ୍ଟାପଡା ଥାନା ରହିଛି।

ସେହିପରି ରାଜଧାନୀରେ ଭୁବନେଶ୍ୱର କମିଶନରେଟର ମୈତ୍ରୀ ବିହାର, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ୱର, ଦେବଗଡର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡା ଓ କୋଟିନଡା, ଜଗତସିଂପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର ଆଦି ରହିଛି।

ଅନ୍ୟପଟେ ଝାରସୁଗୁଡାର ଏୟାରପୋର୍ଟ ପୋଲିସ ଷ୍ଟେସନ, କଳାହାଣ୍ଡିର କରଲାପାଟ, କଲାମପୁର, କେନ୍ଦ୍ରାପଡାର ପଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର ମନୋହରପୁର, ଖୋର୍ଦ୍ଧାର ନାଚୁଣୀ, କୋରାପୁଟର ସୁଙ୍କି, ମାଲକାନଗିରିର ମାଲକାନଗିରି ସଦର କୋରକୁଣ୍ଡା, ମୟୁରଭଞ୍ଜର ଭଞ୍ଜପୁର, ନଗରଂଗପୁର ମଇଦଲପୁର, ପୁରୀର ଚାରିଛକ, ରାୟଗଡାର ରାମନାଗୁଡା, ସମ୍ବଲପୁରର ବରେଇପାଲି ଏବଂ ସୁବର୍ଣ୍ଣପୁରର ଓ ଲଚ୍ଛିପୁର ଥାନା କାର୍ଯ୍ୟକ୍ଷମ ହେବାକୁ ଯାଇଛି।

Tags: #commissionaratepolice #vacancyinodishapolice #36newpolicestations #Odishapolice #CMO

 

Comment