ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଉ ବର୍ଷେ ଯାଏଁ ମିଳିବ ମାଗଣା ଚାଉଳ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଜାନୁଆରି ମାସରୁ ଡିସେମ୍ବର ପର୍ଯ୍ୟନ୍ତ ଏହି ମାଗଣା ଚାଉଳ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହା ଘୋଷଣା କରିଛନ୍ତି।

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଲୋକଙ୍କୁ ମାସିକ ମୁଣ୍ଡପିଛା ୫ କିଲୋଗ୍ରାମ ଚାଉଳ ମିଳିବ। ଏଥିପାଇଁ ୧୮୫ କୋଟି ଟଙ୍କା ବେୟ ହେବ। ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ପ୍ରତି ମାସରେ ୫ କିଲୋଗ୍ରାମ ଚାଉଳ ବଣ୍ଟନ କରୁଛନ୍ତି। ୨୦୧୮ ମସିହା ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଯୋଜନାରେ ଲୋକମାନଙ୍କୁ କିଲୋଗ୍ରାମ ପିଛା ୧ ଟଙ୍କାରେ ଚାଉଳ ବଣ୍ଟନ କରୁଥିଲେ ସରକାର। ବର୍ତ୍ତମାନ ଏହା ବିନା ମୂଲ୍ୟରେ ଉପଲବ୍ଧ ହେବ।

ରାଜ୍ୟରେ କରୋନା ମହାମାରୀ ସମୟରେ ୨୮ ମାସ ଧରି ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ ଏବଂ ଡାଲି ଯୋଗାଇ ଦିଆଯାଇଥିଲା ଏହାଛଡ଼ା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଆସୁଥିବା ପ୍ରତ୍ୟେକ ପରିବାରକୁ ଦୁଇଥର ଏକ ହଜାର ଟଙ୍କା ନଗଦ  ପ୍ରୋତ୍ସାହନ ଦିଆଯାଇଥିଲା

କିଛିଦିନ ତଳେ କେନ୍ଦ୍ର ସରକାର ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆଯାଉଥିବା ମାଗଣା ଖାଦ୍ୟଶସ୍ୟ ବଣ୍ଟନକୁ ଡିସେମ୍ବର ୨୦୨୩ ଯାଏଁ ବୃଦ୍ଧି କରିଥିଲେ।

Tags: #FoodSecurityScheme #freeRice #Oneyear #NaveenPattanaik #Odisha

LEAVE A REPLY

Please enter your comment!
Please enter your name here