ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ ପାଳନ କରାଯାଏ। ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନ ସତେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ କେହି ନା କେହି ଆତ୍ମହତ୍ୟା କରୁଛନ୍ତି। ସାଧାରଣତଃ ୧୫ରୁ ୨୯ ବର୍ଷର ଯୁବପିଢ଼ି ଆତ୍ମହତ୍ୟାକୁ ଚରମ ସୀମା ଭାବେ ବାଛି ନେଉଛନ୍ତି। ମାନସିକ ଚାପ ବା ଡିପ୍ରେସନ ଆତ୍ମହତ୍ୟା କରିବାର ଏକ ମୁଖ୍ୟ କାରଣ ବୋଲି କୁହନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର।

ଆତ୍ମହତ୍ୟା କ’ଣ? ଲୋକ କାହିଁକି ଆତ୍ମହତ୍ୟା କରନ୍ତି? ଆତ୍ମହତ୍ୟାର ଲକ୍ଷଣ କ’ଣ? କେଉଁ ବୟସରେ ଆତ୍ମହତ୍ୟା ଅଧିକ ହେଉଛି? ଆତ୍ମହତ୍ୟା ପ୍ରବଣତାକୁ ରୋକିବା କେମିତି? ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ କେମିତି ସନ୍ତୁଳନ ଆଣିବା? ସେ ନେଇ କ’ଣ କହୁଛନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଆସନ୍ତୁ ଦେଖିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldSuicidePreventionDay #Suicide #SuicidalTendency #SwasthyaPlus

Comment