କବିତା ଦ୍ୱିବେଦୀ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ। ଘର ଓଡ଼ିଶାରେ କିନ୍ତୁ ପଢ଼ିଛନ୍ତି ଓ ବଢ଼ିଛନ୍ତି ଦିଲ୍ଲୀରେ। ତାଙ୍କ ପାଦରେ ଘୁଙ୍ଗୁର ବନ୍ଧା ହୋଇଗଲେ ସେ ହଜି ଯାଆନ୍ତି ଏକ ଅଲଗା ଦୁନିଆରେ। ଓଡ଼ିଶୀ ପାଇଁ ତାଙ୍କର ସାଧନା ଆଜି ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଦେଶ ବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସେ ଆଣିଛନ୍ତି ଓଡ଼ିଶା ପାଇଁ ଗୌରବ। ଓଡ଼ିଶାଲାଇଭର ବିଶେଷ ସାକ୍ଷାତକାର କାର୍ଯ୍ୟକ୍ରମରେ ଦେଖନ୍ତୁ ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ କବିତା ଦ୍ୱିବେଦୀଙ୍କ କାହାଣୀ।

Comment