ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରାୟ ୫ ମାସର ପ୍ରତୀକ୍ଷାର ଅନ୍ତ ଘଟିଲା। ରାଜ୍ୟର ବିଭିନ୍ନ ନିଗମ ଏବଂ ବୋର୍ଡରେ ଅଧ୍ୟକ୍ଷ, ଉପଦେଷ୍ଟା ଏବଂ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତ କରାଯିବା ସହ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ଏହା ସହିତ ସାଧୁ ନେପାକଙ୍କୁ ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତ କରାଯିବା ସହ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ରବିବାର ଦିନ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଭାବେ କଳିକେଶ ନାରାୟଣ ସିଂଦେଓଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଆପିକଲର ଅଧ୍ୟକ୍ଷ ଦାୟିତ୍ୱ ମିଳିଥିବାବେଳେ ଡକ୍ଟର ବିଶ୍ଵନାଥଙ୍କୁ ଗ୍ରାମ୍ୟ ଗୃହ ନର୍ମାଣ ଉନ୍ନୟନ ନିଗମର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।

ଏହା ସହିତ ଲେନିନ ମହାନ୍ତିଙ୍କୁ ଓଟିଡିସି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିବା ବେଳେ ପୂର୍ବରୁ ଓଟିଡିସି ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଶ୍ରୀମୟୀ ମିଶ୍ରଙ୍କୁ ଓବି ଆଣ୍ଡ ଓସିଡବ୍ଲ୍ୟୁଡବ୍ଲ୍ୟୁର ଅଧ୍ୟକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି। ବିଜୟ ନାୟକଙ୍କୁ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର। ମିନତୀ ବେହେରାଙ୍କର ମହିଳା କମିଶନ ଅଧ୍ୟକ୍ଷା ପଦବୀ ବଜାୟ ରହିଛି।

ସେହିପରି ଅମରେଶ ପତ୍ରୀଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବାବେଳେ ସୁବାଷ ମହାରଣାଙ୍କୁ ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି। ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବାବେଳେ ସତ୍ୟବ୍ରତ ତ୍ରିପାଠୀଙ୍କୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଏବଂ ଚିନ୍ମୟ ସାହୁଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଭାବେ ନଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର।

ସଂଗ୍ରାମ ପାଇକରାୟଙ୍କୁ ରାଜ୍ୟ ଖଦି ଏବଂ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବାବେଳେ ସୁରେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ଏଗ୍ରିକଲଚର ମାର୍କେଟିଂ ବୋର୍ଡ ଉପଦେଷ୍ଠା ଭାବେ ନିଯୁକ୍ତି ମିଳିଛି। ସେହିପରି କୁନା ବିହାରି ଦାସଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ମିଳିଥିବାବେଳେ ସନ୍ତୋଷ ବେଜଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ସେହିପରି ରଘୁନାଥ ନାଇଡୁ ଏବଂ ଟୁମ୍ବାନାଥ ପଣ୍ଡାଙ୍କୁ ଗଞ୍ଜାମ ଜିଲ୍ଲା ଯୋଜନା କମିଟିର ଏକ୍ସପର୍ଟ ମେମ୍ବର ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ସାରଦା ଜେନାଙ୍କୁ ଜଗତସିଂହପୁର ଏବଂ ଜିତେନ୍ଦ୍ର ମହାନ୍ତିଙ୍କୁ ମୟୂରଭଞ୍ଜନ ଜିଲ୍ଲା ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ଭାବେ ନିଯୁକ୍ତି ମିଳିଛି।

Tags: #OdishaGovt #CMNaveenPatnaik #Chairpersons #Advisor #ViceChairman #Corporation #Boards

Comment