ହକି ହିରୋ ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ନୂଆ ପିଢ଼ିର ଖେଳାଳିଙ୍କ ପାଇଁ ପଥପ୍ରଦର୍ଶକ। ସେ ତାଙ୍କ କ୍ୟାରିୟରରେ ମୋଟ ୪୧୨ଟି ଅନ୍ତର୍ଜାତୀୟ ହକି ମ୍ୟାଚ୍ ଖେଳି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୧୯୯୬ରେ ଆଟଲାଣ୍ଟା, ୨୦୦୦ରେ ସିଡନୀ ଏବଂ ୨୦୦୪ରେ ଏଥେନ୍ସ ଅଲିମ୍ପିକ୍ସରେ ମଧ୍ୟ ସେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଖାସ୍ କଥା ହେଉଛି ଆଜି ବି ତାଙ୍କୁ ଭାରତୀୟ ହକିର ଶ୍ରେଷ୍ଠ ଡିଫେଣ୍ଡର ବୋଲି କୁହାଯାଏ। ବିଶ୍ୱ ହକି ମାନଚିତ୍ରରେ ଓଡ଼ିଶା, ଦିଲ୍ଲୀପଙ୍କ କ୍ରୀଡ଼ା ଜୀବନ ଏବଂ ୨୦୨୩ ପୁରୁଷ ହକି ବିଶ୍ୱକପକୁ ନେଇ ଓଡ଼ିଶାଲାଇଭ୍ ସହ ତାଙ୍କର ସ୍ୱତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ଭିଡିଓ।

Comment