ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ହେଲେ ରାଜ୍ୟର ବରିଷ୍ଠ ଆଇଏଏସ ଅଫିସର ରବୀନ୍ଦ୍ର ନାଥ ସାହୁ। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ସଚିବ ଭାବେ ସେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ। ରାଜ୍ୟ ସରକାର ତାଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି।

ରାଜ୍ୟର ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଆଇଏଏସ ରବୀନ୍ଦ୍ର ନାଥ ସାହୁଙ୍କର ପରିଚୟ ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ସଚିବ ପଦବୀରେ ଦୀର୍ଘ ବର୍ଷ ଧରି ତାଙ୍କର ଅଭିଜ୍ଞତା ରହିଛି। ନୂଆ ଜିଲ୍ଲାପାଳଙ୍କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। 

ନୂଆ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଦାୟିତ୍ୱ ନେବା ପରେ ଜିଲ୍ଲାରେ ଉନ୍ନୟନ ତଥା ପ୍ରଶାସନିକ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି। ପୂର୍ବରୁ ପୋମା ଟୁଡୁ ନୟାଗଡ଼ର ଜିଲ୍ଲାପାଳ ଥିଲେ। ତାଙ୍କୁ ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦ୍ଦେ ଶକ ଭାବେ ବଦଳି କରାଯାଇଛି।

Tags: #Naragarh #NewCollector #RabindraNathSahoo

LEAVE A REPLY

Please enter your comment!
Please enter your name here