ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତ୍ୟେକ ମଣିଷ କେବେ ନା କେବେ ପ୍ରେମରେ ପଡ଼ିଥାନ୍ତି। କେହି ପ୍ରେମ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତି ତ ଆଉ କେହି ବିଫଳ ହୋଇଯାଆନ୍ତି। ବେଳେ ବେଳେ ପ୍ରେମ କରି ବିବାହ କରିଥିଲେ ମଧ୍ୟ ସମ୍ପର୍କରେ ଫାଟ ଆସିଯାଏ। ଦୀର୍ଘ ଦିନର ସମ୍ପର୍କ ପରେ ମନ ନମିଶିଲେ ଏହା ବିଚ୍ଛେଦ ଆଡ଼କୁ ଗତି କରେ ବୋଲି କୁହନ୍ତି ଡାକ୍ତର ସମ୍ରାଟ କର।

ପ୍ରେମ ଆମ ଶରୀରର ଏକ ମାନସିକ ଅବସ୍ଥା କହିଲେ ଭୁଲ ହେବ ନାହିଁ। ଝିଅ ହୁଅନ୍ତୁ କି ପୁଅ ହଜାରେ ଭିଡ଼ ଭିତରେ ଜଣକ ପ୍ରତି ହିଁ ଆକର୍ଷିତ ହୋଇଥାନ୍ତି। ଏହି ଆକର୍ଷଣର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ତେବେ ପ୍ରେମ କାହିଁକି ହୁଏ ଏବଂ କେଉଁ ପରିସ୍ଥିତିରେ ହୁଏ, ପ୍ରେମ ହୋଇ ମଧ୍ୟ କାହିଁକି ଝଗଡ଼ା ହୁଏ ସେ ସମ୍ପର୍କରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Love #LoveMarriage #Relationship #DoctorAdvice #Breakup #Atraction

Comment