ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେ, ଟେଲି ଏବଂ ଯାତ୍ରା ତିନୋଟି ଯାକ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି ବିରେନ ମିଶ୍ରଙ୍କ ନିଖୁଣ ଅଭିନୟର ଝଲକ। ତାଙ୍କ ଅଭିନୟ ଯେମିତି ନିଆରା ତାଙ୍କ ଭଏସ ବି ସେମିତି ସମସ୍ତଙ୍କଠାରୁ ଭିନ୍ନ। ଅଭିନୟ ଏବଂ ଭଏସଓଭର ତଥା ଡବିଂ କ୍ଷେତ୍ରରେ ବିରେନଙ୍କ ଦୀର୍ଘଦିନର ଅନୁଭୂତି। ଦିନ ଥିଲା ଯାତ୍ରା ପେଣ୍ଡାଲରେ ବିରେନଙ୍କର ଓଜନଦାର ସ୍ଵର କମ୍ପି ଉଠୁଥିଲା, ହେଲେ ଆଉ ସେ ସ୍ଵର ଶୁଣିବାକୁ ମିଳୁନି…

“ବିଗତ ବର୍ଷ ଖଲିକୋଟ ରାଜାଙ୍କ କାହାଣୀ ଉପରେ ଏକ ଯାତ୍ରାରେ ମୁଁ ରାଜାଙ୍କ ଅଭିନୟ କରୁଥିଲି। ଖରାଦିନେ ଗାଧୋଇ ସନ୍ଧ୍ୟା ରିହରସାଲ୍ ପାଇଁ ବାହାରିବାବେଳେ ମୋ ଡ୍ରାଇଭର ମୋତେ ଜୋତାଟିଏ ପଲିସ୍ କରି ବଢ଼େଇଦେଲା ପିନ୍ଧିବାକୁ। ତାକୁ ପିନ୍ଧି ମୁଁ ବାହାରି ପଡ଼ିଲି। ଅଭ୍ୟାସ ସମୟରେ ମୋତେ ରାଗିକି ଡାହାଣ ପଟୁ ବାମ ପଟକୁ ଜୋର୍‌ରେ ଯିବାର ଥିବା। ଡାଇଲଗ କହି ଆଗକୁ ବଢ଼ିବାବେଳେ ମୋ ଜୋତା ଖସି ଗଲା ଓ ମୁଁ ଦୁଇ ଫୁଟ ଦୂରରେ ମୁଣ୍ଡ କଚାଡ଼ି ପଡ଼ିଗଲି” କହନ୍ତି ଅଭିନେତା ବିରେନ ମିଶ୍ର।

ବିରେନ ମଞ୍ଚରୁ ପଡ଼ିବା ପରେ ମୁଣ୍ଡରୁ ରକ୍ତ ବାହାରୁଥିବା ଅନୁଭବ କଲେ। ସଙ୍ଗେସଙ୍ଗେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଗଲା। ସେଠାରେ ତାଙ୍କର ଆଶୁ ଚିକିତ୍ସା ପରେ ସେ କଟକ ଚିକିତ୍ସା ପାଇଁ ଆସିଲେ। କଟକରେ ଏମଆରଆଇ ପରେ ଜଣାପଡ଼ିଲା ବିରେନଙ୍କ ସ୍ପାଇନାଲ କଡ୍‌ରେ ଆଘାତ ଲାଗିଛି। ତିନି ମାସ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବିରେନ ସୁସ୍ଥ ହୋଇ ଘରକୁ ଫେରିଥିଲେ।

“ଏ ଘଟଣା ପରେ ମୋର ଆଉ ସାହାସ ହେଉନାହିଁ ଯାତ୍ରା ମଞ୍ଚରେ ଠିଆ ହୋଇ ଅଭିନୟ କରିବା ପାଇଁ। ତେଣୁ ମୁଁ ଆଉ ଯାତ୍ରାରେ ଦେଖାଯାଉନି” କହନ୍ତି ବିରେନ ମିଶ୍ର।

ଅଭିନେତା ବିରେନ ମିଶ୍ରଙ୍କ ବ୍ୟକ୍ତିଗତ ଓ ଅଭିନୟ ଜୀବନକୁ ନେଇ ଓଡ଼ିଶାଲାଇଭର ସ୍ଵତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ସଂପୂର୍ଣ୍ଣ ଭିଡିଓ…

Tags: #BirenMishra #Jollywood #Jatra #WhyIQuitJatra #OdishaLive

LEAVE A REPLY

Please enter your comment!
Please enter your name here