ଓଡ଼ିଶାଲାଇଭ୍ ବ୍ୟୁରୋ

(ସୁନ୍ଦରଗଡ଼): ପୁରୁଷ ହକି ବିଶ୍ୱକପ ୨୦୨୩ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ କ୍ରୀଡ଼ା ପ୍ରତି ଉତ୍ସାହ ବୃଦ୍ଧି ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେଉଛି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ କରି ନଭେମ୍ବର ୧୯ ଓ ୨୦ ତାରିଖ ଦୁଇଦିନ ଧରି ୩୯ତମ ରାଜ୍ୟସ୍ତରୀୟ ସାଇକ୍ଲିଂ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସୁନ୍ଦରଗଡ଼ ସହର ନୂଆ ବସଷ୍ଟାଣ୍ଡ ପାଖ ପୋଡ଼ାଜଳଙ୍ଗାଠାରୁ ଏହି ସାଇକ୍ଲିଂ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ସୁନ୍ଦରଗଡ଼ ଆଥଲେଟିକ୍ ଆସୋସିଏସନ ଓ ଓଡ଼ିଶା ସାଇକ୍ଲିଂ ସଂଘର ମିଳିତ ଆନୁକୁଲ୍ୟରେ ଏହି ସାଇକ୍ଲିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତା ଆୟୋଜନ ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଥିଲା। ପ୍ରତିଯୋଗିତା ଶେଷରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ।

ଉଭୟ ବାଳକ ଓ ବାଳିକା ବିଭାଗରେ ୧୪ ବର୍ଷ, ୧୬ ବର୍ଷ, ୧୮ ବର୍ଷ ଓ ୨୩ ବର୍ଷରୁ କମ୍ ବୟସ ବର୍ଗରେ ଉଭୟ ସମୟଭିତ୍ତିକ ବ୍ୟକ୍ତିଗତ ଓ ସମୂହ ସାଇକ୍ଲିଂ ପ୍ରତିଯୋଗିତା ହୋଇଥିଲା। ସାରା ଓଡ଼ିଶାରୁ ୮୦ଜଣ ପ୍ରତିଯୋଗୀ ଏହି ସାଇକ୍ଲିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଏହି ସାଇକ୍ଲିଂ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଭାବେ ସ୍ୱର୍ଣ୍ଣ ପଦକ ସହ ୩୦୦୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ପୁରସ୍କାର ଭାବେ ରୌପ୍ୟ ପଦକ ସହ ୨୦୦୦ ହଜାର ଟଙ୍କା ଓ ମାନପତ୍ର ଏବଂ ତୃତୀୟ ପୁରସ୍କାର ଭାବେ ବ୍ରୋଞ୍ଜ ପଦକ ସହ ୧୦୦୦ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ରାଜ୍ୟସ୍ତରୀୟ ସାଇକ୍ଲିଂ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ଓଡ଼ିଶା ସାଇକ୍ଲିଂ ସଂଘ ସଭାପତି ଅର୍ଜୁନ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାଇକ୍ଲିଷ୍ଟ୍ ମିନତି ମହାପାତ୍ର, ଉପସଭାପତି ସୁଶୀଳ କୁମାର ଦାସ, ଯୁଗ୍ମସମ୍ପାଦକ ଦିଲ୍ଲୀପ ନାଟିଆ ଓ ନୃସିଂହଚରଣ ସାହୁ, କେନ୍ଦ୍ରୀୟ ସଭ୍ୟ ମନୋରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ପ୍ରଥମ ଦିନ ସମୟଭିତ୍ତିକ ବ୍ୟକ୍ତିଗତ ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍ ବାଳକବର୍ଗରେ ଭୁବନେଶ୍ୱର କିଟର ଡି ଦେହୁରୀ ପ୍ରଥମ, ସୁନ୍ଦରଡ଼ର କ୍ରୀଷ୍ଣା କୁଶଳ ଦ୍ୱିତୀୟ, କିଟର ଡମ୍ୱରୁଧର ମାଝି ତୃତୀୟ ସ୍ଥାନ ଏବଂ  ବାଳିକା ବର୍ଗରେ କିଟର ପି. ଜାନୀ ପ୍ରଥମ, ମୟୂରୀ ପିଙ୍ଗ ଦ୍ୱିତୀୟ, ଭାରତୀ ଜାନୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ପ୍ରଥମ ଦିନ ୧୬ ବର୍ଷରୁ କମ୍ ବାଳକ ବର୍ଗରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟାର ଶାଶ୍ୱତ ପାତ୍ର ପ୍ରଥମ, କିଟର ସୁବେଶ ହାଁସଦା ଦ୍ୱିତୀୟ, ସୁନ୍ଦରଗଡ଼ର ହିତେଶ ଗଉଡ଼ ତୃତୀୟ ଏବଂ ବାଳିକା ବର୍ଗରେ କିଟର ବନିତା କିଷାନ ପ୍ରଥମ, ଆନନ୍ଦିନୀ ପ୍ରଧାନ ଦ୍ୱିତୀୟ, ମନିକା ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ୧୮ ବର୍ଷରୁ କମ୍ ବାଳକ ବର୍ଗରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଚିନ୍ମୟ ଜେନା ପ୍ରଥମ, ସୁନ୍ଦରଗଡ଼ର ଲୋକେଶ ଚୌଧୁରୀ ଦ୍ୱିତୀୟ, ଆୟୁଷ ପୂର୍ତ୍ତି ତୃତୀୟ ଏବଂ ବାଳିକା ବର୍ଗରେ କିଟର ମଧୁସ୍ମିତା ବଡ଼େକ ପ୍ରଥମ, ଧନୀ ହଁସଦା ଦ୍ୱିତୀୟ, ମୁସ୍କାନ କିଷାନ ତୃତୀୟ ସ୍ଥାନ ଅଧିକାର କରିଥିଲେ । ୨୩ ବର୍ଷରୁ କମ୍ ବାଳକବର୍ଗରେ କିଟର ରୋହିତ ହେମ୍ୱମ ପ୍ରଥମ, କୃପାସିନ୍ଧୁ ବ୍ରେଖେନ୍ଦୁ ଦ୍ୱିତୀୟ, ଲକ୍ଷ୍ମଣ ହାଁସଦା ତୃତୀୟ ଏବଂ ବାଳିକା ବର୍ଗରେ କିଟର ମିନତି ସିଙ୍ଗ ପ୍ରଥମ, ଲିଲି ମାଝି ଦ୍ୱିତୀୟ, ପ୍ରିୟଙ୍କା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଦ୍ୱିତୀୟ ଦିନର ସମୂହ ସାଇକଲିଂ ପ୍ରତିଯୋଗିତାରେ ୧୬ ବର୍ଷରୁ କମ୍ ବାଳକ ବର୍ଗରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଶାଶ୍ୱତ ପାତ୍ର ପ୍ରଥମ, କିଟର ସୁବାସ ହାଂସଦା ଦ୍ୱିତୀୟ, ହିତେଶ ଗୌଡ଼ ତୃତୀୟ ସ୍ଥାନ ଏବଂ ବାଳିକା ବର୍ଗରେ କିଟର ବୋନିତା କିଶାନ ପ୍ରଥମ, ମୋନିକା ମଲ୍ଲିକ ଦ୍ୱିତୀୟ , ଏ. ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ସେହିପରି ୧୮ ବର୍ଷରୁ କମ୍ ବାଳକ ବର୍ଗରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଚିନ୍ମୟ ଜେନା ପ୍ରଥମ, ଟି. ମାଝି ଦ୍ୱିତୀୟ, ସୁନ୍ଦରଗଡ଼ର ଲୋକେଶ ଚୌଧୁରୀ ତୃତୀୟ ସ୍ଥାନ ଏବଂ ବାଳିକା ବର୍ଗରେ କିଟର ଏମ. ବଡ଼େକା ପ୍ରଥମ, ଧାନି ହାଂସଦା ଦ୍ୱତୀୟ, ସୁନ୍ଦରଗଡ଼ର ଇତିଶ୍ରୀ ସାହୁ ତୃତୀୟ ସ୍ଥାନ ଅଧିକର କରିଛନ୍ତି ।

ଦ୍ୱିତୀୟ ଦିନ ୨୩ ବର୍ଷରୁ କମ୍ ବାଳକ ବର୍ଗରେ କିଟର ରୋହିତ ହେମ୍ୱ୍ରମ୍ ପ୍ରଥମ, ଲୋକେଶ ହଂସଦା ଦ୍ୱିତୀୟ, କେ. ଏସ୍. ବଡ଼େକ ତୃତୀୟ ସ୍ଥାନ ଏବଂ ବାଳିକା ବର୍ଗରେ କିଟର ମୋନିକା ସିଂ ପ୍ରଥମ, ଲିଲି ମାଝି ଦ୍ୱିତୀୟ, ସୁନ୍ଦରଗଡ଼ର ପ୍ରିୟଙ୍କା ସାହୁ ତୃତୀୟ ସ୍ଥାନ ଅଧିକ କରିଛନ୍ତି।

ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥିଭାବେ ଓଡ଼ିଶା ସାଇକ୍ଲିଂ ସଂଘ ସଭାପତି ତଥା ଅର୍ଜୁନ ପୁରସ୍କାପ୍ରାପ୍ତ ବିଶିଷ୍ଟ ସାଇକ୍ଲିଷ୍ଟ୍ ମିନତି ମହାପାତ୍ର ଯୋଗଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ପ୍ରଭାତ କୁମାର ଭୋଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲା କ୍ରୀଡ଼ା ସଂସଦର ଉପସଭାପତି ପଉସ ଚନ୍ଦ୍ର ପଟେଲ ଯୋଗଦେଇଥିଲେ। ଦୁର୍ଗାମାଧବ ନାଏକ, ଶିଶିର ପଟେଲ, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ଏହି ପ୍ରତିଯୋଗିତା ପାଇଁ ସୁନ୍ଦରଗଡ଼ ସଦର ଥାନା ପୋଲିସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ପ୍ରତିଯୋଗିତା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମକରି ଅନୁଷ୍ଠିତ ରାଜ୍ୟସ୍ତରୀୟ ସାଇକଲ ପ୍ରତିଯୋଗିତା ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା।

Tags: #39thStateCyclingChampionship #Sundargarh #Odisha #Sports

Comment