ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବାର ଦିବସ ନଭେମ୍ବର ୨୬ ତାରିଖକୁ ସାରା ଦେଶରେ ସମ୍ବିଧାନ ଦିବସ ରୂପେ ପାଳନ ପାଇଁ ଜାତୀୟ ସ୍ତରରେ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖା ଯାଇଛି।

ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସରକାରୀ ଉଦ୍ୟୋଗ ବିଭାଗ ଅଧୀନ ସ୍କୁଲ, କଲେଜ, ସରକାରୀ ଉଦ୍ୟୋଗ ଓ ସ୍ଵୟଂଶାସିତ ପ୍ରତିଷ୍ଠାନଗୁଡ଼ିକରେ ଏହି ସମ୍ବିଧାନ ଦିବସ ସ୍ଵତନ୍ତ୍ର ଭାବେ ପାଳିତ ହେବ।

ଏହି ଦିବସ ପାଳନ ସମୟରେ ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ପାଠ କରାଯିବ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ମୁଖ୍ୟ ନିର୍ଦ୍ଦେଶାଳୟ ଏବଂ ଜିଲ୍ଲାପାଳମାନେ ଏହି ଦିବସକୁ ଉତ୍ସାହର ସହ ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ଆମ ଦେଶର ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ରେ ସଂସଦରେ ଗୃହୀତ ହୋଇଥିଲା। ପରେ ଏହା ୧୯୫୦ ମସିହା ଜାନୁୟାରି ୨୬ ତାରିଖରୁ ଲାଗୁ ହୋଇଥିଲା।

tags: #Constitutionday #November26 #India #Odisha

Comment