ଓଡ଼ିଶାଲାଇଭ୍ ବ୍ୟୁରୋ

“ଯେତେବେଳେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖକୁ ନୃତ୍ୟ ଶିକ୍ଷା କରିବାକୁ ଆସିଥିଲି, ସେତେବେଳେ ଗୁରୁଜୀ ମୋତେଆରେ କାଳି, ତୁ କୋଉଠୁ ଆସିଛୁପଚାରିଥିଲେ ସେ ଦିନ ଗୁରୁଜୀଙ୍କ କଥା ଶୁଣି ନିଜ ଶରୀରର ରଙ୍ଗ ପାଇଁ ମନେ ମନେ ଦୁଃଖି ହେଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେଇ ସମ୍ବୋଧନ ଗୁରୁଜୀଙ୍କ ସ୍ନେହ ଥିଲା ବୋଲି ବୁଝିପାରିଲି ଏହାପରେ ମୁଁ ଆଉ ଦେହର ରଙ୍ଗକୁ ନେଇ ବିଚଳିତ ହୋଇନଥିଲି”, କହିଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର

ତେଣୁ ଏବେ ଶରୀରର ରଙ୍ଗକୁ ନେଇ ପଚାରିଲେ ସୁଜାତା କୁହନ୍ତି, “ରଙ୍ଗ ଗୌଣ, କିନ୍ତୁ ଗୁଣ ମୁଖ୍ୟ। ଯଦି ଗୁଣ ସୁନ୍ଦର ଥାଏ ତାହେଲେ ଆପଣଙ୍କୁ ସମସ୍ତେ ଭଲ ପାଇବେ। ମଣିଷର ସୌନ୍ଦର୍ଯ୍ୟଟା ବେଶୀ ଫୁଟି ଉଠିବ। ତେଣୁ ଯଦି ମାନସିକତା ବଦଳିଯାଏ ତାହେଲେ ରଙ୍ଗ ଆଉ କାହାରି ବାଟରେ ପ୍ରତିବନ୍ଧକ ହେବନାହିଁ।”

ଓଡ଼ିଶୀ ନୃତ୍ୟକୁ ଦେଶ ବିଦେଶରେ ପହଞ୍ଚାଇବାରେ ଯେଉଁ କିଛି ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରମୁଖ ଭୂମିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ସୁଜାତା ମହାପାତ୍ର ଆଖି ଝଲସେଇ ଦେଲା ଭଳି ଭାବ ଭଙ୍ଗୀ ପାଇଁ ସେ ଦର୍ଶକଙ୍କ ମନ ଜିଣି ଥାଆନ୍ତି ମଞ୍ଚରେ ତାଙ୍କ ଉପସ୍ଥିତି ସବୁବେଳେ ଦେଖେଣାହାରୀଙ୍କୁ ମୁଗ୍ଧ କରିଥାଏ

ଏହାଛଡ଼ା ଓଡ଼ିଶୀ ଶିକ୍ଷା କ୍ଷେତ୍ରରେ ତାଙ୍କର ଉପସ୍ଥିତି ଆଜି କେବଳ ରାଜ୍ୟରେ ନୁହେଁ, ବରଂ ରାଜ୍ୟ ଦେଶ ବାହାରେ ହଜାର ହଜାର ଓଡ଼ିଶୀ ନୃତ୍ୟଶିଳ୍ପୀ ତିଆରି କରିଛି। ଏହି ଅବଦାନ ପାଇଁ ୨୦୧୮ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି

ସୁଜାତା ମହାପାତ୍ର ୧୯୬୮ ମସିହାରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ତାଙ୍କ ଭିତରେ ନୃତ୍ୟ ପ୍ରତି ଦୁର୍ବଳତା ରହିଥିଲା। ତାଙ୍କ ମାଜଣେ ଓଡ଼ିଶୀ ନୃତ୍ୟ ସଙ୍ଗୀତ ଶିକ୍ଷୟିତ୍ରୀ ହୋଇଥିବାରୁ ସେ ତାଙ୍କ ମାଙ୍କଠାରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ। ତାପରେ ସ୍କୁଲ ସମୟରେ ସେ ପ୍ରଥମେ ସୁଧାକର ସାହୁଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ସୁଜାତା ମହାପାତ୍ରଙ୍କ ସହ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ତାଙ୍କ ନୃତ୍ୟ ଜୀବନର କାହାଣୀ।…

Tags: #SujataMohapatra #OdissiDancer #MakeupMantra #SkinColor #Odisha

Comment