ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି। ମନ୍ଦିର ଡ୍ୟୁଟିରେ ଥିବା ହୋମଗାର୍ଡ ଏବଂ ଓଏସଏପି ଯବାନଙ୍କୁ ମୋବାଇଲ ଫୋନ ରଖିବାକୁ ବାରଣ କରାଯାଇଛି। ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଫଟୋ, ଭିଡିଓ ଭାଇରାଲ୍ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ମନ୍ଦିରରେ କେବଳ ବିଶେଷ କାର୍ଯ୍ୟରେ ନିୟୋଜିତ ଥିବା କିଛି ବଡ଼ ଅଧିକାରୀଙ୍କୁ ଛାଡି ଅନ୍ୟ ସବୁ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟଫୋନ ମନା କରାଯାଇଛି। ଏହି କଟକଣା ନେଇ ପୁରୀ ଏସପି କୁଁଅର ବିଶାଲ ସିଂହ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିରରେ ସବୁଦିନ ଅନେକ ପୋଲିସ ପହରା ଦେଉଥିବା ବେଳେ ସତ୍ତ୍ୱେ ମହାପ୍ରଭୁଙ୍କ ଫଟୋ, ଭିଡିଓ ଭାଇରାଲ ହେଉଛି। ଏହି ଘଟଣା ପ୍ରଥମଥର ନୁହେଁ ବାରମ୍ବାର ସାମ୍ନାକୁ ଆସୁଛି। ଏହାକୁ ନେଇ ସିଂହଦ୍ଵାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଥିଲା। ଅପରପକ୍ଷେ ସାଧାରଣ ଲୋକମାନଙ୍କୁ ମନ୍ଦିର ଭିତରକୁ ମୋବାଇଲ ନେବା ନିଷେଧ ରହିଛି।

Tags: #PuriAdministration #Policemen #Smartphoneban #Srimandir #Puri #Odisha

Comment