ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସୀମା ସୁରକ୍ଷାରେ ନିୟୋଜିତ ହେବେ ଚିଲ। ଏଥିପାଇଁ ଭାରତୀୟ ସେନା ପକ୍ଷରୁ ଚିଲଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

ଶତ୍ରୁର ଡ୍ରୋନକୁ ନଷ୍ଟ କରିବା ଲାଗି ଭାରତୀୟ ସେନା ପାଇଯାଇଛି ବିକଳ୍ପ ଉପାୟ। ଏଥର ଶତ୍ରୁର ଡ୍ରୋନର ମୁକାବିଲା କରିବାକୁ ନିୟୋଜିତ ହେବେ ଚିଲ। ଏଥିପାଇଁ ଉତ୍ତରପ୍ରଦେଶର ମିରଟର ରିମାଉଣ୍ଟ ଭେଟେରିନାରୀ କୋରରେ ଶତାଧିକ ଚିଲଙ୍କୁ ଏବେ ଦକ୍ଷ କରାଯାଉଛି। ଏମାନଙ୍କୁ ‘ଇଗଲ ବାହିନୀ’ ନାମରେ ଜଣାଯିବ। ଶତ୍ରୁ ପକ୍ଷର ଡ୍ରୋନକୁ ଚିହ୍ନି ଏହି ଇଗଲ ବାହିନୀ ତାକୁ ନଷ୍ଟ କରିବାକୁ ପ୍ରଶିକ୍ଷଣ ନେଉଛନ୍ତି।

ଏଣିକି ଶତ୍ରୁ ଦେଶର ଗୁପ୍ତଚର ଡ୍ରୋନ ନଷ୍ଟ କରିବାକୁ ଆଣ୍ଟି ଡ୍ରୋନ୍ ଗନର ଆବଶ୍ୟକତା ପଡ଼ିବନି। ପ୍ରଶିକ୍ଷଣ ଶେଷ ହେବା ପରେ ଏମାନଙ୍କୁ ଖୁବ ଶୀଘ୍ର ସୀମାରେ ମୁତୟନ କରାଯିବ। ପକ୍ଷୀମାନଙ୍କ ମଧ୍ୟରେ ସବୁଠୁ ଶକ୍ତିଶାଳୀ ପକ୍ଷୀ ଭାବେ ଚିଲ ଜଣାଶୁଣା। ଅନ୍ୟ ପଶୁପକ୍ଷୀଙ୍କଠାରୁ ଚିଲର କ୍ଷମତା ଢେର ଅଧିକ ରହିଛି। ୧୦୦ ଫୁଟ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଦେଖିବାର କ୍ଷମତା ଚିଲର ରହିଛି। ତେଣୁ ସେନାରେ ଚିଲଙ୍କୁ ସାମିଲ କରିବାକୁ ଭରତୀୟ ସେନା ପକ୍ଷରୁ ଚିନ୍ତା କରାଯାଇଥିଲା।

ଉତ୍ତରାଖଣ୍ଡର ଅଉଲିରେ ଇଣ୍ଡୋ-ୟୁଏସ୍ ସମରାଭ୍ୟାସ ବେଳେ ଭାରତରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଛି। ପ୍ରଥମ ଥର ପାଇଁ ଏହି ଉପାୟ ଆପଣାଇବ ଭାରତୀୟ ସେନା।

Tags: #India #IndiaBorder #Drone #Egal #IndianArmy #EgalsTraining

Comment