ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା କୋରାପୁଟରେ ଅନୁଭୂତ ହେଉଛି ସାଂଘାତିକ ଶୀତ ସେମିଳିଗୁଡ଼ାରେ ରେକର୍ଡ ହୋଇଛି ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ତଳେ ପାରଦ ରହିବା ସହିତ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ସେମିଳିଗୁଡ଼ା ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ

ଫୁଲବାଣୀ, କେନ୍ଦୁଝର, ଦାରିଙ୍ଗବାଡ଼ି, ସୁନ୍ଦରଗଡ଼ ଭବାନିପାଟଣାରେ ଅଧିକ ଶୀତ ଅନୁଭୂତ ହେଉଛି ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ଆସନ୍ତା ତାରିଖରୁ ରାଜ୍ୟରେ ତାପମାତ୍ରା ଆହୁରି କମିବା ସହିତ ଶୀତ ବଢିବ

ସ୍ଵାଭାବିକ ଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରା ଉତ୍ତରା ପବନ ପ୍ରଭାବରେ ଶୀତ ଲହରି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ସେପଟେ ଆଗାମୀ ଦିନରେ ଖରା ପାଗ ନିର୍ମଳ ଆକାଶ ଯୋଗୁଁ ଘନ କୁହୁଡ଼ି ପଡ଼ିବ ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର

Tags: #WinterUpdate #MetrologicalDepartment #Weather #MinimumTemperature #Semiliguda #Koraput #Odisha #OdishaLive

LEAVE A REPLY

Please enter your comment!
Please enter your name here