ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଓଡ଼ିଶା ପାଇଁ ବଡ଼ ସଫଳତା ଆଣିଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମେଗା ଇଭେଣ୍ଟରେ ସାଢ଼େ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି ରାଜ୍ୟ ସରକାରଙ୍କୁ। ଏହା ଦ୍ଵାରା ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ୧୦ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର କହିଛନ୍ତି।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ରେ ଓଡ଼ିଶାକୁ ଆସିଥିବା ନିବେଶ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୂଚନା ଆଧାରରେ ମେକ୍ ଇନ୍ ଓଡ଼ିଶା ତୃତୀୟ ସଂସ୍କରଣର ୩ ଦିନ ମଧ୍ୟରେ ମୋଟ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହା ଦ୍ଵାରା ୧୦ଲକ୍ଷ ୩୭ ହଜାର ୭୦୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

କେଉଁ କ୍ଷେତ୍ରକୁ କେତେ?

  • ଖଣି, ଧାତବ ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୫ ଲକ୍ଷ ୪୯ହଜାର ୭୬୪ କୋଟି ଟଙ୍କା
  • ଶକ୍ତି, ଅକ୍ଷୟ ଶକ୍ତି ଓ ସବୁଜ ଶକ୍ତି କ୍ଷେତ୍ର ଲାଗି ୨ ଲକ୍ଷ ୩୮ ହଜାର ୪୫୫ କୋଟି ଟଙ୍କା
  • ଲଜିଷ୍ଟିକ ଓ ଭିତ୍ତିଭୂମି କ୍ଷେତ୍ର ନିମନ୍ତେ ୧ ଲକ୍ଷ ୧୯ ହଜାର ୧୯୭ କୋଟି ଟଙ୍କା
  • ସାର, ପେଟ୍ରୋ ରସାୟନ, ରସାୟନ ଏବଂ ପ୍ଲାଷ୍ଟିକ୍ କ୍ଷେତ୍ର ପାଇଁ ୭୬ ହଜାର ୮୦ କୋଟି ଟଙ୍କା
  • ମନ୍ୟୁଫାକଚରିଂ କ୍ଷେତ୍ର ପାଇଁ ୨୧ ହଜାର ୬୩୪ କୋଟି ଟଙ୍କା
  • ପର୍ଯ୍ୟଟନ କ୍ଷେତ୍ର ଲାଗି ୮ ହଜାର ୨୩୫ କୋଟି ଟଙ୍କା
  • ଆଇଟି ଏବଂ ଇଏସଡିଏମ କ୍ଷେତ୍ର ପାଇଁ ୭,୭୪୦ କୋଟି ଟଙ୍କା
  • କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ନିମନ୍ତେ ୭, ୨୪୯ କୋଟି ଟଙ୍କା
  • କାଗଜ, କାଠ ଏବଂ ଜଙ୍ଗଳଜାତ ସାମଗ୍ରୀ କ୍ଷେତ୍ର ପାଇଁ ୫,୩୦୬ କୋଟି ଟଙ୍କା
  • ସିମେଣ୍ଟ କ୍ଷେତ୍ର ଲାଗି ୫,୦୧୨ କୋଟି ଟଙ୍କା
  • ସ୍ଵାସ୍ଥ୍ୟସେବା ଏବଂ ଫାର୍ମା କ୍ଷେତ୍ର ନିମନ୍ତେ ୩,୯୩୫ କୋଟି ଟଙ୍କା
  • ବୟନଶିଳ୍ପ, ପୋଷାକ ଏବଂ ବୈଷୟିକ କ୍ଷେତ୍ର ପାଇଁ ୨,୬୪୦ କୋଟି ଟଙ୍କା
  • ଏରୋସ୍ପେସ ଏବଂ ପ୍ରତିରକ୍ଷା କ୍ଷେତ୍ର ଲାଗି ୨,୦୫୫ କୋଟି ଟଙ୍କା
  • ବିଦ୍ୟୁତ୍ ଯାନ (ଇ-ଭେହିକିଲ) କ୍ଷେତ୍ର ପାଇଁ ୫୦୦ କୋଟି ଟଙ୍କା
  • ଷ୍ଟାର୍ଟଅପ୍ କ୍ଷେତ୍ର ପାଇଁ ୨୮୦ କୋଟି ଟଙ୍କା
  • ସେରାମିକ, ଗ୍ଲାସ, ମାର୍ବଲ ଏବଂ ଗ୍ରାନାଇଟ କ୍ଷେତ୍ର ପାଇଁ ୨୦୦ କୋଟି ଟଙ୍କା
  • ବର୍ଯ୍ୟବସ୍ତୁ ପରିଚାଳନା କ୍ଷେତ୍ର ଲାଗି ୧୬୯ କୋଟି ଟଙ୍କା
  • କୃଷି ବଜାର ଲାଗି ୧୨୧ କୋଟି ଟଙ୍କା
  • କୃଷି ବ୍ୟବସାୟ କ୍ଷେତ୍ର ଲାଗି ୯୪ କୋଟି ଟଙ୍କା
  • ଶିକ୍ଷା କ୍ଷେତ୍ର ଲାଗି ୬୬ କୋଟି ଟଙ୍କା
  • ଅନ୍ୟାନ୍ୟ କ୍ଷେତ୍ର ଲାଗି ୬୧ କୋଟି ଟଙ୍କା
  • ଚଳଚ୍ଚିତ୍ର ଏବଂ ମନୋରଞ୍ଜନ କ୍ଷେତ୍ର ଲାଗି ୧୫ କୋଟି ଟଙ୍କା
  • ସର୍ବମୋଟ ନିବେଶ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କା
  • ମୋଟ ନିବେଶ ପ୍ରସ୍ତାବ ୭୪୧ଟି ଏବଂ ନିଯୁକ୍ତି ସୁଯୋଗ ୧୦ ଲକ୍ଷ ୩୭ ହଜାର ୭୦୧ ଲକ୍ଷ

ମେକ୍ ଇନ ଓଡ଼ିଶା କନକ୍ଲେଭର ପ୍ରଥମ ସଂସ୍କରଣରେ ରାଜ୍ୟକୁ ୨ ଲକ୍ଷ କୋଟି ଏବଂ ଦ୍ଵିତୀୟ ସଂସ୍କରଣରେ ୪ ଲକ୍ଷ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଥିବାବେଳେ ଚଳିତ ସଂସ୍କରଣରେ ନିବେଶ କ୍ଷେତ୍ରରେ ରେକର୍ଡ ନମ୍ବର ସୃଷ୍ଟି ହୋଇଥିବା କହିଛନ୍ତି ରାଜ୍ୟ ସରକାର।

ଓଡ଼ିଶାରେ ନିବେଶ ପାଇଁ ୭୪୧ଟି କମ୍ପାନି ଆଗ୍ରହ ଦେଖାଇଛନ୍ତି। ଏହି ମେଗା ଇଭେଣ୍ଟରେ ଓଡ଼ିଶାକୁ ଆର୍ସଲେର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ସର୍ବାଧିକ ନିବେଶ ପ୍ରତିଶ୍ରୁତି ମିଳିଥିବାବେଳେ ଦ୍ଵିତୀୟରେ ରହିଛି ଜେଏସଡବ୍ଲ୍ୟୁ। ଆର୍ସେଲର ମିତ୍ତଲ ୧ ଲକ୍ଷ ୬୦ ହଜାର କୋଟି ଏବଂ ଜେଏସଡବ୍ଲ୍ୟୁ ୧ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି। ଚଳିତ ଥର ଅନେକ ନୂଆ ନୂଆ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଆସିଛି।

Tags: #MakeInOdishaConclave2022 #InvestOdisha #Odisha #Proposal #CMOdisha #NaveenPatnaik

Comment