ଓଡ଼ିଶାଲାଇଭ୍ ବ୍ୟୁରୋ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ ତୃତୀୟ ସଂସ୍କରଣ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଯାଇଛି ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀରେ ଆୟୋଜିତ ‘ମହିଳା ଉଦ୍ୟୋଗୀ ଅଧିବେଶନ’ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂତନ ଓଡ଼ିଶା ନିର୍ମାଣରେ ମହିଳାମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ବିଷୟରେ ଆଲୋକପାତ କରିଛନ୍ତି।

“୨୦୦୧ ମସିହାରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିପାରିଛି ରାଜ୍ୟ ସରକାରଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, “ମୋର ଦୃଢ଼ ବିଶ୍ଵାସ, ମାମାନଙ୍କୁ ସଶକ୍ତ କରି, କୌଣସି ପରିବାର, କୌଣସି ସାମାଜ, ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ିପାରିବ ନାହିଁ। ଓଡ଼ିଶାରେ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି। ଏସ୍‌ଏଚ୍‌ଜିମାନଙ୍କୁ ଏସ୍‌ଏମ୍‌ଇରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ଅଛୁ। ମିଶନ ଶକ୍ତି ମାମାନଙ୍କୁ ବିନା ସୁଧରେ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡ଼ିଶାର ଲକ୍ଷ ଲକ୍ଷ ମାଉପକାର ପାଇପାରିବେ।”

ଓଡ଼ିଶା ଏସ୍‌ଏଚ୍‌ଜି ମହିଳାମାନଙ୍କୁ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ ଦେବା ପାଇଁ ଓଡ଼ିଶା କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା ଏହାଦ୍ଵାରା ପ୍ରାୟ ଏକ ଲକ୍ଷ ଏସ୍‌ଏଚ୍‌ଜି ଲାଭ ପାଉଛନ୍ତି ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ସେମାନଙ୍କୁ ଆର୍ଥିକ ରୂପେ ଆହୁରି ସଶକ୍ତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି

ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମହିଳାମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ୩୦ଟି ଜିଲ୍ଲାରେ ମାଇକ୍ରୋ ଏବଂ ମିନି ଶିଳ୍ପ ପାର୍କ ନିର୍ମାଣ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତିଓଡ଼ିଶାର ରୂପାନ୍ତରଣରେ ମାମାନଙ୍କର ବଡ଼ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମାମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି

Tags: #MakeInOdishaConclave2022 #MissionShaktiOdisha #SelfHelpGroups #WomenEmpowerment #NaveenPatnaik #CMO #Odisha

Comment