ଓଡ଼ିଶାଲାଇଭ୍ ବ୍ୟୁରୋ

ବରଗଡ଼ ଜିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ବୁଥରେ ଭୋଟ ଗ୍ରହଣ ଚାଲିଛି। ତେବେ ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

ଭୋଟ୍ ଗ୍ରହଣ ପାଇଁ ମୋଟ୍ ୧୨୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ମୋଟ୍ ୧୨୦ ବୁଥ୍‌ରେ ୱେବ୍‌ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଛି।  ମୋଟ ୩୧୯ଟି ବୁଥ ମଧ୍ୟରୁ ୬ଟି ପିଙ୍କ ବୁଥ୍ ଏବଂ ୧୫ଟି ମଡେଲ ବୁଥ କରାଯାଇଛି। ଝାରବନ୍ଧ ବ୍ଲକରେ ୭୪ଟି, ପାଇକମାଳରେ ୧୧୦ଟି, ରାଜବୋଡାସମ୍ବରରେ ୧୨୨ଟି ଏବଂ ପଦ୍ମପୁର ଏନଏସିରେ ୧୩ଟି ବୁଥରେ ମତଦାନ ଚାଲିଛି।

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୫୭ହଜାର ୪୭୪ ଭୋଟର ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମଧ୍ୟରେ ଏହି ଉପନିର୍ବଚନରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଆଜି ଅପରାହ୍ଣ ୪ଟା ବେଳେ ମତଦାନ ଶେଷ ହେବ।

Tags: #PadampurByElection #Voting #Politics #OdishaPolitics #Odisha

Comment