ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ରଦ୍ଧ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି ରାଜ୍ୟର ସମସ୍ତ ବାର ଆସୋସିଏସନ। ଆଜି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଇନଜୀବୀ। ୧୭୨ ବାର ଆସୋସିଏସନ ଏକାଠି ହୋଇ ପାଳୁଛନ୍ତି ପ୍ରତିବାଦ ଦିବସ ଏହା ସହିତ କାର୍ଯ୍ୟବନ୍ଦ ଡାକରା ମଧ୍ୟ ଦେଇଛନ୍ତି ଆଇନଜୀବୀ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିକୁ ଭର୍ତ୍ସନା କରି ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ଆବଶ୍ୟକସ୍ଥଳେ ଆନ୍ଦୋଳନକାରୀ ଓକିଲଙ୍କୁ ଗିରଫ କରିବାକୁ ମଧ୍ୟ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ଯାହାକୁ ବିରୋଧ କରିଛନ୍ତି ଆଇନଜୀବୀ

ଅନ୍ୟପଟେ ସମ୍ବଲପୁର କଚେରୀ ଛକରେ ଓକିଲପୋଲିସ ମୁହାଁମୁହିଁ ହୋଇଛନ୍ତି ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ କରୁଛି ସମ୍ବଲପୁର ଓକିଲ ସଙ୍ଘ। ଛକରେ ଜୋରଦାର ଠେଲାପେଲା ସହ ଆନ୍ଦୋଳନକାରୀ ପୋଲିସ ମଧ୍ୟରେ ହୋଇଛି ଧସ୍ତା ଧସ୍ତି

ଆନ୍ଦୋଳନରେ ଓକିଲମାନଙ୍କ ସମର୍ଥନରେ ସାମିଲ ହୋଇଛନ୍ତି ବିଭିନ୍ନ ସଙ୍ଗଠନ ଏହା ସହିତ ସମର୍ଥନ ଜଣାଇ ଆନ୍ଦୋଳନ କରିଛନ୍ତି କିନ୍ନର ସଂଘ ଯେପର୍ଯ୍ୟନ୍ତ ଓକିଲମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି

ଏହି ଧସ୍ତାଧସ୍ତି ମଧ୍ୟରେ କିଛି ଆଇନଜୀବୀ କହିଛନ୍ତି, “ଆଗକୁ ଏହି ଆନ୍ଦୋଳନ ବଢ଼ିବ ଏଠି କୌଣସି ଷଡ଼ଯନ୍ତ୍ର ସଫଳ ହେବ ନାହିଁ ଦାବି ପୁରଣ ନହେବାଯାଏଁ ଆନ୍ଦୋଳନ ଜାରି ରହିବ ଆଜି ଏହି ଆନ୍ଦୋଳନରେ ସାଧାରଣ ଲୋକ ଯୋଗ ଦେଇଛନ୍ତି ଆଗକୁ ଏହି ଆନ୍ଦୋଳନରେ ଆହୁରି ଲୋକ ସାମିଲ ହେବେ, ଷଡ଼ଯନ୍ତ୍ର ବିରୋଧରେ ସ୍ୱର ଉଠାଇବେ ଆଗକୁ ଦେଖିବେ ଏହି ସ୍ଥାନ ଜନ ସମୁଦ୍ରରେ ପରିଣତ ହେବ।”

Tags: #OdishaBarAssociation #LawyersStrike #Protest #PoliceLawyersClash #Odisha #Bhubaneswar #Sambalpur

Comment