ଓଡ଼ିଶାଲାଇଭ୍ ବ୍ୟୁରୋ

ପାଇଖାନା ଟାଙ୍କିରେ ପଡ଼ି ଦୁଇ ଶିଶୁକନ୍ୟା ମୃତ। ଗଞ୍ଜାମ ବଡ଼ଗଡ଼ ଥାନା ତାକରଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଶିଶୁ ଦୁଇଜଣ ହେଲେ ସିଦ୍ଧପୁର ଗାଁର ବସୁମତୀ ସେଠୀ ଓ କାଳିଆଗୁଡ଼ା ଗାଁର ଦିବ୍ୟା ସେଠୀ। ଉଭୟଙ୍କର ବୟସ ୫ବର୍ଷ ହୋଇଥିବା ଜଣାପଡିଛି।

ଦୁହେଁ ମାମୁଁ ଘର ତାକରଡ଼ାକୁ ଆସିଥିଲେ। ଉଭୟ ସାଙ୍ଗ ହୋଇ ଏକ ପୁରୁଣା ପାଇଖାନା ଟାଙ୍କି ଉପରେ ଖେଳୁଥିବାବେଳେ ଟାଙ୍କିଟି ଭୁଶୁଡ଼ି ପଡ଼ିଥିଲା। ପରିବାର ଲୋକ ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସୋରଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ଦୁଇ ଶିଶୁକନ୍ୟାଙ୍କୁ ମୃତ ଘୋଷଣା କରିଥିଲେ।

Tags: #TwoMinorSister #Death #Ganjam #OpenManhole #Bhanjanagar #Odisha

Comment