ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିଆଇଡି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ।

ମହାଲିଙ୍ଗା ସନ୍‌ସାଇନ୍ ପବ୍ଲିକ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର କଣ୍ଟାବାଞ୍ଜି ଜେଲରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ଗୋବିନ୍ଦ କୋର୍ଟରେ ହାଜର ହୋଇଥାନ୍ତେ। ଅନ୍ୟପଟେ ତାଙ୍କ ମୃତଦେହକୁ ବଲାଙ୍ଗୀର ଅଣାଯାଉଛି, ସେଠାରେ ଶବ ବ୍ୟବଚ୍ଛେଦ କରାଯିବ।

୨୦୨୧ ଅକ୍ଟୋବର ୮ ତାରିଖ ମମିତା ମେହେର ନିଖୋଜ ହୋଇଥିଲେ। ଅକ୍ଟୋବର ୧୩ ତାରିଖରେ ଏ ନେଇ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଅକ୍ଟୋବର ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିଲା। ମାତ୍ର ଅକ୍ଟୋବର ୧୭ରେ ଟିଟିଲାଗଡ଼ ପୋଲିସ ବାରାକରୁ ସେ ଫେରାର ହୋଇଯାଇଥିଲା।

ଏହାପରେ ଅକ୍ଟୋବର ୧୯ ତାରିଖ ସଂଧ୍ୟାରେ ଆଖୁବାଡ଼ିରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଧରିବା ପରେ, ମହାଲିଙ୍ଗା ସନ୍‌ସାଇନ୍ ପବ୍ଲିକ ସ୍କୁଲର ଖେଳ ପଡ଼ିଆ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରାଯାଇ ଅକ୍ଟୋବର ୨୦ରେ କୋର୍ଟଚାଲାଣ କରାଯାଇଥିଲା।

Tags: #GovindaSahoo #SuspiciousDeath #MamitaMeherMurderCase #CrimeBranchInvestigation #Balangir #Odisha

LEAVE A REPLY

Please enter your comment!
Please enter your name here