ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ହକି ବିଶ୍ଵକପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା। ସ୍ୱର୍ଣ୍ଣାଭ ବେଳାଭୂମିରେ ଟ୍ରଫି ରଖି ପ୍ରଦର୍ଶିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା ପ୍ରଶାସନର ଅଧିକାରୀ ବୃନ୍ଦ ସ୍ଥାନୀୟ ବିଧାୟକ ଉପସ୍ଥିତ ରହି ଏହି ଟ୍ରଫିକୁ ସ୍ୱାଗତ କରିଛନ୍ତି ପରବର୍ତ୍ତୀ ସମୟରେ ଏକ ବିଶାଳ ରାଲି ମାଧ୍ୟମରେ ଏହି କପ୍ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କ ନିକଟକୁ ନିଆଯିବା କାର୍ଯ୍ୟକ୍ରମ ରହିଛି

ବିଶ୍ଵକପ୍ ହକି ଟ୍ରଫି ଭାରତର ବିଭିନ୍ନ ସହରରେ ଟୁର୍ ଶେଷ କରିବା ପରେ ଓଡ଼ିଶା ଫେରିଛି। ଦେଶର ୧୩ଟି ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଟ୍ରଫି ପରିକ୍ରମା କରିଛି। ରବିବାର ଭୁବନେଶ୍ୱର ବିମାନବନ୍ଦରରେ ହକି ବିଶ୍ୱକପ ଟ୍ରଫି ପହଞ୍ଚିଥିଲାମଙ୍ଗଳବାର ଏହା ପୁରୀରେ ପହଞ୍ଚିଛି।

ଏହାପରେ ଟ୍ରଫି ରାଜ୍ୟର ସବୁ ଜିଲ୍ଲା ପରିକ୍ରମା କରି ଜାନୁଆରି ୧୧ ତାରିଖରେ କଟକ ଏବଂ ୧୨ ତାରିଖରେ ସୁନ୍ଦଗଗଡ଼ରେ ପହଞ୍ଚିବ ରାଜ୍ୟ ସରକାର ହକି ବିଶ୍ଵକପକୁ ଲୋକପ୍ରିୟ କରିବା ପାଇଁ ରାଜ୍ୟର ବିଭିନ୍ନ ସହରରେ ବିଶ୍ଵକପ୍ ଟ୍ରଫିର ଶୋଭାଯାତ୍ରା ଆୟୋଜନ କରୁଛନ୍ତି

୨୦୨୩ ପୁରୁଷ ହକି ବିଶ୍ୱକପ୍ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ମ୍ୟାଚଗୁଡ଼ିକ ଖେଳାଯିବ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ଅଂଶଗ୍ରହଣ କରିବେ

ହକି ବିଶ୍ୱକପକୁ ସଫଳ ଲୋକପ୍ରିୟ କରିବା ପାଇଁ ଟ୍ରଫି ପରିକ୍ରମା କରାଯାଉଛି ଓଡ଼ିଶାରୁ ଡିସେମ୍ବର ତାରିଖରୁ ଆରମ୍ଭ ହୋଇଥିବା ଟ୍ରଫି ଟୁରରେ ବିଶ୍ୱକପ୍ ଟ୍ରଫି କୋଲକାତା, ମଣିପୁରର ଇମ୍ଫାଲ, ଆସାମର ଗୁଆହାଟୀ, ଝାଡ଼ଖଣ୍ଡର ଜାମସେଦପୁର ରାଞ୍ଚି, ଉତ୍ତର ପ୍ରଦେଶର ଲକ୍ଷ୍ନୌ, ପଞ୍ଜାବର ଅମୃତସର, ରାଜଧାନୀ ନୂଆଦିଲ୍ଲୀ, ହରିୟାଣାର ସୋନିପତ, ଭୋପାଳ, ମୁମ୍ବାଇ, ଚେନ୍ନାଇ, କେରଳର ଥିରୁଭାନନ୍ତପୁରମ, ବେଙ୍ଗାଳୁରୁ ଏବଂ ଅନ୍ୟ କେତେକ ସ୍ଥାନ ଭ୍ରମଣ କରିଥିଲା

Tags: #MensHockeyWorldCup #WorldCupTrophy #Puri #Odisha

Comment