ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ଵକପକୁ ରହିଲା ଆଉ ମାତ୍ର ୧୭ ଦିନ। ଆରମ୍ଭ ହୋଇଛି ବିଶ୍ଵକପ୍ କାଉଣ୍ଟଡାଉନ୍। ହକି ବିଶ୍ଵକପ୍ ଖେଳିବା ଲାଗି ମଙ୍ଗଳବାର ଭାରତୀୟ ପୁରୁଷ ହକି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ଵର ବିମାନ ବନ୍ଦରରେ ପହଁଞ୍ଚିବା ପରେ ଜାତୀୟ ଦଳକୁ ଭବ୍ୟ ସ୍ଵାଗତ କରାଯାଇଛି। ଭୁବନେଶ୍ୱରରୁ ଦଳ ଅପରାହ୍ଣ ୪ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଁଞ୍ଚି, ରାଉରକେଲା ଅଭିମୁଖେ ଯାତ୍ରା କରିବ। ଭାରତୀୟ ଦଳ ରାଉରକେଲାରେ ବିଶ୍ଵକପ ପାଇଁ ଅଭ୍ୟାସ କରିବ।

ଜାନୁଆରି ୧୩ ତାରିଖରୁ ୨୯ ତାରିଖ ଯାଏଁ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ ଖେଳାଯିବ। ଅଧିନାୟକ ହରମନପ୍ରୀତ୍ ସିଂହଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଭାରତ। ଏହି ବିଶ୍ଵକପ୍ ଦଳରେ ଓଡ଼ିଶାର ଦୁଇ ଜଣ ଖେଳାଳି ଉପ-ଅଧିନାୟକ ଅମିତ ରୋହିଦାସ ଏବଂ ନୀଲମ ସଞ୍ଜୀପ୍ ଖେସ୍‌ ଚୟନ ହୋଇଛନ୍ତି। ଜାନୁଆରି ୧୩ ତାରିଖରେ ସ୍ପେନ ବିପକ୍ଷରେ ଖେଳି ଭାରତ ନିଜର ବିଶ୍ଵକପପ୍ ଅଭିଯାନ ଆରମ୍ଭ କରିବ।  ସେହିପରି ଜାନୁଆରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଭାରତୀୟ ଦଳ ଜାନୁଆରି ୧୯ ତାରିଖରେ ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବ।

Tags: #Hockeyworldcup2023 #IndianHockeyteam #Arrived #Bhubaneswar #Rourkela #Odisha

Comment