ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ରେଳ ଷ୍ଟେସନର ନବୀକରଣ କରି ଏହାକୁ ବିଶ୍ଵସ୍ତରୀୟ କରିବା ପାଇଁ ଗୁରୁବାର ଦିନ ଭୂମି ପୂଜନ କରାଯାଇଛି। ଏହି ଅବସରରେ ପୁରୀ-ଜଳେଶ୍ଵର ପାସେଞ୍ଜର ଟ୍ରେନର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି।

ପୁରୀ-ଜଳେଶ୍ଵର ପାସେଞ୍ଜର ଟ୍ରେନ ଚଳାଚଳ ଦ୍ଵାରା ପୁରୀ, ଭଦ୍ରକ, ବାଲେଶ୍ଵର ଏବଂ ରୂପସା ଅଞ୍ଚଳ ସମେତ ଅନେକ ଯାତ୍ରୀ ଉପକୃତ ହେଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଓଡ଼ିଶା ସମେତ ସାରା ଭାରତ ବର୍ଷରେ ରେଳ ଯାତ୍ରୀଙ୍କ ସୁବିଧା ଲାଗି ଏହିଭଳି ପଦକ୍ଷେପ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Tags: #RailwayStation #NewTrain #PuriJaleswarTrain #AshwiniVaishnaw

Comment