ଓଡ଼ିଶାଲାଇଭ୍ ବ୍ୟୁରୋ

ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୧୦ ହଜାର ୧୨ କୋଟି ଟଙ୍କା। ରାଜ୍ୟ ସରକାର ଯେତିକି ମାଗିଥିଲେ କେନ୍ଦ୍ର ସରକାର ତା’ଠାରୁ ଅଧିକ ଦେଇଛନ୍ତି ବୋଲି ଶୁକ୍ରବାର ଦିନ କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବ୍ୟୟ ବରାଦ ହୋଇଥିବାବେଳେ ଗତ ବର୍ଷ ତୁଳନାରେ ଚଳିତ ବଜେଟରେ ଅନୁଦାନ ବଢ଼ିଥିବା ସେ କହିଛନ୍ତି।

ରାଜ୍ୟ ସରକାର ଚଳିତ ଥର ରେଳ ବଜେଟରେ ୮,୪୦୦ କୋଟି ଟାଙ୍କା ମାଗିଥିଲେ, କିନ୍ତୁ ଅଧିକ ମିଳିଲା। ରେଳ ମନ୍ତ୍ରୀଙ୍କ ସୂଚନା ଅନୁସାରେ ନୂଆ ଲାଇନ ପାଇଁ ୨,୫୬୪ କୋଟି ଟଙ୍କା ଏବଂ ଡବଲିଂ ପାଇଁ ୩,୮୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଚଳିତ ବର୍ଷ ୨୮୦ କିମି ରେଳପଥ ନିର୍ମାଣ କରାଯିବ ଏବଂ ୫୭ଟି ଷ୍ଟେସନର ଆଧୁନିକୀକରଣ କରାଯିବ ବୋଲି ସେ କହିଛନ୍ତି।

ସେହିପରି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଭୁବନେଶ୍ୱର ଏୟାରପୋର୍ଟରୁ ଲିଙ୍ଗରାଜ ଷ୍ଟେସନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Tags: #UnionBudget2023 #RailwayBudget #Odisha #AshwiniVaishnaw

Comment