ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍) ପରୀକ୍ଷା ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରୀକ୍ଷା ପାଇଁ ଆଶାୟୀ ପରୀକ୍ଷାର୍ଥୀ ୨୦୨୩ ଜାନୁଆରି ୧୭ ତାରିଖରୁ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ଫେବ୍ରୁଆରି ୧୬ ତାରିଖ ଯାଏଁ ଚାଲିବ।

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ମୋଟ ୬୮୩ଟି ପଦବୀ ପାଇଁ ଏହି ସିଭିଲ ସର୍ଭିସ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷାରେ ସାଧାରଣ ବର୍ଗ ପାଇଁ ୩୮୭ଟି ପଦ ରହିଛି, ଏଥିରୁ ୧୨୮ଟି ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ସେହିପରି ପରୀକ୍ଷାରେ ଏସ୍‌ସି ବର୍ଗ  ପାଇଁ ୮୯ଟି ପଦବୀ ଥିବା ବେଳେ ଏଥିରୁ ୩୦ଟି ମହିଳା ପାଇଁ ସଂରକ୍ଷିତ ରଖାଯାଇଛି ଏବଂ ଏସ୍‌ଟି  ବର୍ଗ ପାଇଁ ୧୩୬ଟି ପଦ ରହିଛି। ଏଥିରୁ ୪୬ଟି ପଦକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।

ପ୍ରିଲିମିନାରି ଏବଂ ମେନ୍‌ ଭଳି ଦୁଇଟି ପର୍ଯ୍ୟାୟରେ ଓସିଏସ୍ ପରୀକ୍ଷା ଆୟୋଜିତ ହେବ। ଆଶାୟୀ ଛାତ୍ରଛାତ୍ରୀ ଓଡ଼ିଶା ଲୋକସେବା ଆୟୋଗର ୱେବସାଇଟ୍ http:/opsc.gov.in ରେ ପରୀକ୍ଷା ପାଇଁ ଆବେଦନ କରିପାରିବେ।

Tags: #OCSexam #OPSC #Students #OnlineApplication #Odisha

Comment