ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଶ୍ଵକପ ଉଦଘାଟନୀ ଉତ୍ସବ। ବୁଧବାର ଅପରାହ୍ଣ ୩ଟା ସମୟରେ ଆରମ୍ଭ ହୋଇଛି ଉଦଘାଟନୀ ଉତ୍ସବ। ହଜାର ହଜାର ଲୋକଙ୍କୁ ନେଇ ଭରି ହୋଇଛି ଷ୍ଟାଡିୟମ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଦର୍ଶକ ଉପଭୋଗ କରୁଛନ୍ତି ଉଦଘାଟନୀ ସମାରୋହ।

ଓଡ଼ିଆ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା ମଞ୍ଚ ଉପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସେମାନଙ୍କ ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଛି। ଏହାପରେ ନୃତ୍ୟ ଗୁରୁ ଅରୁଣା ମହାନ୍ତିଙ୍କ ତତ୍ୱାବଧାନରେ ଓଡ଼ିଶାର କଳାକାରମନେ ରାଜ୍ୟର ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଛନ୍ତି। ଓଡ଼ିଶାର ତାରକା କଣ୍ଠ ଶିଳ୍ପୀ ଋତୁରାଜ ମହାନ୍ତି, ସୁନିତି ମିଶ୍ରଙ୍କ ଗୀତରେ ଦୁଲୁକିଛି ବାରବାଟୀ ଷ୍ଟାଡିୟମ। ଆଙ୍କର ଶୁଭମ ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି।

ଜାତୀୟ ପୁରସ୍କାରପ୍ରାପ୍ତ ପ୍ରିନ୍ସ ଡାନ୍ସ ଗ୍ରୁପର ନୃତ୍ୟ ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମକୁ ଆହୁରି ରଙ୍ଗାରଙ୍ଗ କରିଛି। ଏହାଛଡ଼ା ଓଡିଆ ରାପର ବିଗ ଦିଲଙ୍କ ଗୀତରେ ଝୁମିଛନ୍ତି ଦର୍ଶକ। ଉଦଘାଟନୀ ଉତ୍ସବ ଦର୍ଶକଙ୍କ ମନ ମୋହିଛି।

ଓଡ଼ିଆ କଳାକାରଙ୍କ ସହ ବଲିଉଡ ସେଲିବ୍ରିଟଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ବଢୁଛି ଉତ୍କଣ୍ଠା। ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶବିଦେଶର ଅତିଥି ଯୋଗଦେବେ। ସନ୍ଧ୍ୟାରେ ବଲିଉଡ କଳାକାରଙ୍କ କାର୍ଯ୍ୟକ୍ରମ ସହ ଡ୍ରୋନ ସୋ ଆୟୋଜିତ ହେବ।

Tags: #HockeyWorldCup2023 #OpeningCeremony #celebration #BarabatiStadium #RanveerSingh #DishaPatni #Odisha

LEAVE A REPLY

Please enter your comment!
Please enter your name here