ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପରେ ଶେଷ ହୋଇଛି କ୍ଵାର୍ଟର ପର୍ଯ୍ୟାୟ। ଶ୍ରେଷ୍ଠ ୪ଟି ଦଳ ଯାଇଛନ୍ତି ସେମି ଫାଇନାଲକୁ। ତେବେ ଗୁରୁବାର ବିଶ୍ଵକପରେ ଖେଳାଯାଉଛି କ୍ଲାସିଫିକେଶନ ମ୍ୟାଚ। ଯେଉଁ ଦଳଗୁଡ଼ିକ ଗ୍ରୁପ୍ ପର୍ଯ୍ୟାୟ ଏବଂ କ୍ରସ୍ଓଭର ମ୍ୟାଚରେ ପରାସ୍ତ ହୋଚନ୍ତି ସେମାନଙ୍କୁ ମଧ୍ୟରେ ହେବ ଏହି ମୁକାବିଲା। ବିଶ୍ଵକପରେ ନବମ ସ୍ଥାନ ଲାଗି ଗୁରୁବାର ଭାରତ ଖେଳିବ କ୍ଲାସିଫିକେଶନ ମ୍ୟାଚ। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା ୭ଟା ବେଳେ ଜାପାନ ବିପକ୍ଷରେ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ।

ଭାରତ ରବିବାର କ୍ରସ୍ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡରୁ ପରାସ୍ତ ହୋଇ ବିଶ୍ଵକପ ଟ୍ରଫି ଦୌଡ଼ରୁ ବାହାର ହୋଇଛି ଦଳର ପ୍ରଦର୍ଶନ ଅନେକ ହକିପ୍ରେମୀଙ୍କୁ ନିରାଶ କରିଛି। ତେବେ ବିଶ୍ଵକପରେ ଦଳର ସ୍ଥାନ ନିର୍ଦ୍ଧାରଣ ପାଇଁ ଟିମ୍ ଜାପାନ ବିପକ୍ଷରେ ଖେଳିବ। ମ୍ୟାଚରେ ଅଧିନାୟକ ହରମାନପ୍ରିତ ସିଂହ ଦଳର ନେତୃତ୍ଵ ନେବେ ସେହିପରି ରାଉରକେଲାବାସୀ ନିଜ ଜିଲ୍ଲାର ଦୁଇ ଖେଳାଳି ଅମିତ ରୋହିଦାସ ଓ ନିଲାମଙ୍କୁ ମ୍ୟାଚରେ ଦେଖିବାକୁ ପାଇବେ।

ଭାରତ ଏବଂ ଜାପାନ ଛଡ଼ା ଚିଲି, ୱେଲ୍ସ, ଦକ୍ଷିଣ ଆଫ୍ରିକା, ମାଲେସିଆ, ଆର୍ଜେଣ୍ଟିନା ଓ ଫ୍ରାନ୍ସ  ହକି ବିଶ୍ଵକପର ନବମରୁ ଷୋଡଶ ସ୍ଥାନ ଯାଏଁ କ୍ଲାସିଫିକେଶନ ମ୍ୟାଚ ଖେଳିବେ।

Tags: #HockeyMen’sWorldCup #ClassificationMatch #IndiaVsJapan #BirsaMundaStadium #Rourkela #Odisha

Comment