ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ନୌସେନା ହାସଲ କରିଛି ଆଉ ଏକ ବଡ଼ ସଫଳତା। ସୋମବାର ନୌସେନାର ସ୍ଵଦେଶୀ ବିମାନବାହୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରାନ୍ତରେ ହାଲୁକା ଯୁଦ୍ଧ ବିମାନ ତେଜସକୁ ଅବତରଣ କରାଯାଇଛି। ଏହି ସଫଳ ଅବତରଣ ଫଳରେ ଭାରତ ବିଶ୍ଵର କିଛି ବଛାବଛା ଦେଶଙ୍କ ଗୋଷ୍ଠୀରେ ସାମିଲ ହୋଇଛି, ଯେଉଁମାନଙ୍କ ପାଖରେ କାର୍ଯ୍ୟକ୍ଷମ ସ୍ଵଦେଶୀ ବିମାନବାହୀ ଯୁଦ୍ଧପୋତ ରହିଛି।

ସୋମବାର ଆଇଏନଏସ ବିକ୍ରାନ୍ତରେ ଅବତରଣ କରାଯାଇଥିବା ବିମାନଟି ତେଜସର ନାଭାଲ ଭାରିଏଣ୍ଟ ଅଟେ। ଏହି ବିମାନକୁ ମଧ୍ୟ ଭାରତରେ ନିର୍ମାଣ କରାଯାଇଛି। ବିମାନଟିକୁ ଭାରତୀୟ ନୌସେନାର ପାଇଲଟ କୋମୋଡର ଶିବନାଥ ଦହିୟା ପରିଚାଳନା କରିଥିଲେ।

୨୦୨୨ ସେପ୍ଟେମ୍ବର ମାସରେ ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତକୁ ଭାରତୀୟ ନୌସେନାରେ ସାମିଲ କରଯାଇଥିଲା। ଏହି ଯୁଦ୍ଧ ଜାହାଜରୁ ମିଗ୍ -୨୯କେ ଯୁଦ୍ଧ ବିମାନ, କାମୋଭ-୩୧ ହେଲିକପ୍ଟର ଏବଂ ଏମଏଚ-୬୦ଆର ହେଲିକପ୍ଟର ଉଡ଼ାଣ ଭରି ପାରିବ। ଏହି ବିମାନବାହକ ଯୁଦ୍ଧ ଜାହାଜକୁ ରାଷ୍ଟ୍ରାୟତ୍ତ କମ୍ପାନି କୋଚିନ ସିପୟାର୍ଡ ଦ୍ୱାରା ନିର୍ମାଣ କରାଯାଇଛି।

Tags: #INSVikrant #FlightOperations #LCATejas #NavalAviation #IndianNavy #IndegeneousAircraftCarrier #India

Comment