ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରଜରାଜନଗର ଗାନ୍ଧୀଛକଠାରେ ମନ୍ତ୍ରୀ ନବ ଦାସଙ୍କୁ କେମିତି ଗୁଳି କରିଥିଲେ ଗୋପାଳ ଦାସ? କ’ଣ ଘଟିଥିଲା ଜାନୁଆରି ୨୯ ତାରିଖ ଦିନ? ସୋମବାର ଦିନ ଘଟଣାସ୍ଥଳକୁ ଆସି ଡେମୋ ଦେଖାଇଛନ୍ତି ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ।

ଅଭିଯୁକ୍ତ ଗୋପାଳ ଦାସଙ୍କୁ ଦ୍ଵିତୀୟ ଥର ରିମାଣ୍ଡରେ ନେଇଥିବା କ୍ରାଇମବ୍ରାଞ୍ଚ ଘନଘନ ଜେରା କରୁଛି। ଏହାରି ମଧ୍ୟରେ ଆଜି ଘଟଣାର ପୁନରାବୃତ୍ତି କରାଇବାକୁ କ୍ରାଇମସ୍ପଟକୁ ଗୋପାଳଙ୍କୁ ସାଙ୍ଗରେ ଧରି ଆସିଥିଲା କ୍ରାଇମବ୍ରାଞ୍ଚ ଟିମ୍। ନକଲି ବନ୍ଧୁକ ଧରି ଗୋପାଳ ଦେଖାଇଲେ ଅସଲି ଡେମୋ।

କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ ଗୋପାଳଙ୍କୁ ନିଆଯାଇଥିଲା ଘଟଣାସ୍ଥଳକୁ। ସମ୍ପୃକ୍ତ ଅଞ୍ଚଳକୁ ନାକାବନ୍ଦୀ କରାଯାଇ ଗୋପାଳଙ୍କ ଡେମୋକୁ କଏଦ କରାଯାଇଥିଲା କ୍ୟାମେରାରେ। ଘଟଣାର ପୁନରାବୃତ୍ତି ରେକର୍ଡ କରିବାକୁ ବ୍ୟବହାର କରାଯାଇଥିଲା କ୍ୟାମେରା ଏବଂ ଡ୍ରୋନ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୧୦ ଦିନ ପରେ ମଧ୍ୟ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ୁ ନାହିଁ। ମନ୍ତ୍ରୀଙ୍କ ହତ୍ୟାକୁ ନେଇ ଏବେ ବି ଅନେକ ପ୍ରଶ୍ନ ଉଠୁଛି।

Tags: #NabaKishorDasMurderCase #GopalDas #CrimebranchInvestigation #CrimeSceneRecreation

Comment