ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ଅନୁଧ୍ୟାନ କରିବା ପାଇଁ ବୁଧବାର ଦିନ ବ୍ରଜରାଜନଗର ଗାନ୍ଧୀଛକଠାରେ ପହଞ୍ଚିଛନ୍ତି ଜଷ୍ଟିସ ଜେପି ଦାସ ଏବଂ ଡିଜିପି ସୁନିଲ ବଂଶଲ।

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରାଯାଇଥିବା ଗାନ୍ଧୀଛକଠାରେ ପହଞ୍ଚି ତନାଘନା କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ। ସବୁ ଦିଗକୁ ଅନୁଧ୍ୟାନ କରାଯାଉଥିବାରୁ ତଦନ୍ତରେ ଆଉ କିଛି ସମୟ ଲାଗିବ ବୋଲି ଡିଜିପି କହିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଏବଂ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କ  ସହ ଘଟଣା ସମ୍ପର୍କରେ ପୋଲିସ ଡିଜି ଆଲୋଚନା କରିଛନ୍ତି। ତଦନ୍ତ ସମୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଥିବା ସେ କହିଛନ୍ତି। ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ସୁନିଲ ବଂଶଲ।

କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଥିବା ଜଷ୍ଟିସ ଜେପି ଦାସ ଆଜି କ୍ରାଇମ ସ୍ପଟରେ ପହଞ୍ଚି ଘଟଣାର ଅନୁଧାନ କରିଛନ୍ତି। ଅଭିଯୁକ୍ତ ଗୋପାଳ ଦାସଙ୍କର ସାଇକୋ ଆନାଲିସିସ ଟେଷ୍ଟ ସରିଛି। ଟେଷ୍ଟ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଜଷ୍ଟିସ ଦାସ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୦ ଦିନ ବିତିବା ପରେ ଆଜି ପୋଲିସ ଡିଜି ସୁନିଲ ବଂଶଲ ଘଟଣା ସ୍ଥଳକୁ ଯାଇଥିବାରୁ ବିଭିନ୍ନ ମହଲରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। କେବଳ ସେତିକି ନୁହେଁ ଜଷ୍ଟିସ ଜେପି ଦାସଙ୍କ ନିଯୁକ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି।

ଆଜି ଅଭିଯୁକ୍ତ ଗୋପାଳ ଦାସଙ୍କର ରିମାଣ୍ଡ ଅବଧି ଶେଷ ହେଉଛି। ପୁଣି ଥରେ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ।

Tags: #NabaKishorDasMurderCase #GopalDas #CrimebranchInvestigation #CrimeSceneRecreation #JusticeJPDas #DGPSunilBansal

Comment