ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାରଠାରୁ ଆରମ୍ଭ ଓଡ଼ିଶାରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ତେବେ ସରକାରଙ୍କ ସାମନାରେ ଏହି ପରୀକ୍ଷା ପରିଚାଳନା କରିବା ପାଇଁ ଦେଖା ଦେଇଥିବା ସମସ୍ୟା ଏବେ ଦୂର ହୋଇଛି। ଧାରଣାରେ ବସିଥିବା ୬୬୨ ବର୍ଗର ଅଧ୍ୟାପକ ପରୀକ୍ଷା ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ଅଧ୍ୟାପକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ସରକାରଙ୍କ ସହ ୬୬୨ ବର୍ଗ ଅଧ୍ୟାପକ ସଂଘର ପ୍ରାରମ୍ଭିକ ଆଲୋଚନା ହୋଇଥିଲା। ଅଧ୍ୟାପକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭେଟ କରିଥିଲା। ଏଠାରେ ମନ୍ତ୍ରୀ ଯୁକ୍ତ ୨ ପରୀକ୍ଷା ପରିଚଳନାରେ ସହଯୋଗ କରିବାକୁ ଅଧ୍ୟାପକମାନଙ୍କୁ ଅନୁରୋଧ କରିଥିଲେ। ଏହି ଆଲୋଚନା ପରେ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ ଅଧ୍ୟାପକ ମାନେ ନିଷ୍ପତ୍ତି ନେଇଛନ୍ତି।

ତେବେ ଦାବି ପୂରଣ ନହେବା ଯାଏଁ ପ୍ରତୀକାତ୍ମକ ଆନ୍ଦୋଳନ ଚାଲୁ ରଖିବାକୁ ଅଧ୍ୟାପକ ସଂଘ ଘୋଷଣା କରିଛି। ମାର୍ଚ୍ଚ ୧୨ ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନ ହେଲେ ପୁଣି ଥରେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି।

ପ୍ରାୟ ୨୦ ଦିନ ହେବ ୪ ଦଫା ଦାବି ନେଇ ୬୬୨ ବର୍ଗ ଅଧ୍ୟାପକମାନେ ଲୋୟର ପିଏମଜିରେ ଧାରଣାରେ ବସି ଥିଲେ। ସେମାନେ ସପ୍ତମ ବେତନ କମିଶନ, ସମାନ ଗ୍ରେଡକୁ ସମାନ ଦରମା, ପେନସନ ଲାଗୁକରିବା ଭଳି ଦାବି ନେଇ ଧାରଣା ଦେଇଥିଲେ। ଦାବି ପୂରଣ ନ ହେଲେ ସେମାନେ ଯୁକ୍ତ ୨ ପରୀକ୍ଷା ବର୍ଜନ କରିବେ ବୋଲି ଧମକ ଦେଇଥିଲେ।

Tags: #+2Examination #lecturers #Exams #Students #odisha

Comment