ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ମର ଶରୀର ଭୁବନେଶ୍ଵରରେ ଆସି ପହଞ୍ଚିଛି। ଗୁରୁବାର ରାତିରେ ହାଇଦ୍ରାବାଦରୁ ବିମାନ ଯୋଗେ ତାଙ୍କ ମର ଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା। ଶୁକ୍ରବାର ଅପରାହ୍ଣରେ ପୁରୀସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଶୁକ୍ରବାର ପିଣ୍ଟୁ ନନ୍ଦଙ୍କ ମର ଶରୀରକୁ ତାଙ୍କ ପଟିଆ ସ୍ଥିତ ବାସଭବନକୁ ନିଆଯାଇଛି। ଏଠାରେ ସାଧରଣଲୋକ ତାଙ୍କର ଶେଷ ଦର୍ଶନ କରିପାରିବେ।

ଗୁରୁବାର ଭୁବନେଶ୍ଵର ବିମାନବନ୍ଦରରେ ପିଣ୍ଟୁ ନନ୍ଦଙ୍କ ମର ଶରୀର ପହଞ୍ଚିବାବେଳେ ତାଙ୍କ ପତ୍ନୀ, ସମ୍ପର୍କୀୟ ଏବଂ ଅନେକ ଓଲିଉଡ କଳାକାର ଉପସ୍ଥିତ ଥିଲେ। ସେଠାରୁ ତାଙ୍କ ଶରୀରକୁ କିମ୍ସ ହସ୍ପିଟାଲର ଶବ ଗୃହକୁ ନିଆଯାଇଥିଲା।

ପିଣ୍ଟୁ ନନ୍ଦ ଅନେକ ଦିନ ଧରି ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ। ଭୁବନେଶ୍ୱରରେ କିଛିଦିନ ଚିକିତ୍ସା ପରେ ସେ ଦିଲ୍ଲୀ ଯାଇଥିଲେ। ଏହାପରେ ଲିଭର ପ୍ରତ୍ୟାରୋପଣ ପାଇଁ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

Tags: #OdiaActorPintuNanda #Death #LiverCirrhosis #LastRights #Puri #Ollywood #Odisha

Comment