ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଓଡ଼ିଶାର ସରକାରୀ କଲେଜରେ ଲାଗିବ ସୋଲାର ପାୱାର ସିଷ୍ଟମ୍। ଏହି ସୌର ଶକ୍ତିରୁ କଲେଜର ବିଦ୍ୟୁତ୍ ଆବଶ୍ୟକତା ପୂରଣ କରାଯିବ। ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଏହି ସୋଲାର ପାୱାର ସିଷ୍ଟମ୍ ଲଗାଇବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୪୮ଟି ସରକାରୀ ଡିଗ୍ରୀ କଲେଜ ଓ ୧୬ଟି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଚିହ୍ନଟ କରାଯାଇଛି। ଏହି ଅନୁଷ୍ଠାନଗୁଡ଼ିକରେ ସୋଲାର ପ୍ୟାନେଲ ବସାଇବା ପାଇଁ ବିଭାଗ ତରଫରୁ ଗ୍ରୀନ ଏନର୍ଜି ଡେଭଲପମେଣ୍ଟ କର୍ପୋରେସନକୁ (ଗେଡକଲ୍) ଦାୟିତ୍ଵ ଦିଆଯାଇଛି। କଲେଜଗୁଡ଼ିକର ଛାତ କିମ୍ବା ଖାଲି ସ୍ଥାନରେ ଏହି ସୋଲାର ପ୍ୟାନେଲଗୁଡ଼ିକ ଲଗାଯିବ।

ଓଡ଼ିଶାର କଲେଜଗୁଡ଼ିକରେ ପ୍ରତିମାସରେ ୫ରୁ ୮ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ଆସେ। ଏବେ ସୋଲାର ପାୱାର କଲେଜଗୁଡିକୁ ବିଦ୍ୟୁତ୍ ଉପରେ ଆତ୍ମନିର୍ଭର କରିବା ସହ ସେମାନଙ୍କର ବିଦ୍ୟୁତ୍ ବିଲ୍ କମ କରିବାରେ ସହାୟତା କରିବ। ଏହା ଆଗକୁ ଯାଇ କଲେଜଗୁଡ଼ିକୁ ଗ୍ରୀନ କ୍ୟାମ୍ପସରେ ପରିଣତ କରିବ।

ଓଡ଼ିଶା ରିନ୍ୟୁଏବୁଲ୍ ଏନର୍ଜି ଆକ୍ଟ ୨୦୨୨ ଅନୁଯାୟୀ କଲେଜଗୁଡ଼ିକରେ ଏହି ସୋଲାର ପାୱାର ସିଷ୍ଟମ୍ ଲଗାଯିବ। ଏଥିଲାଗି ଗେଡକଲ୍ ଆଗକୁ କଲେକଗୁଡ଼ିକର ନିରୀକ୍ଷଣ କରିବ।

Tags: #SolarPower #GovtColleges #HighereducationDept #GEDCOL #Odisha

LEAVE A REPLY

Please enter your comment!
Please enter your name here