ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆରମ୍ଭ ହୋଇଛି ଓକିଲ ସଂଘର ନିର୍ବାଚନ। ରାଜ୍ୟର ମୋଟ ୧୫୩ଟି ବାର୍ ଆସୋସିଏସନରେ ଶନିବାର ଭୋଟ ଗ୍ରହଣ ଚାଲିଛି। ୱାନ୍ ବାର ୱାନ୍ ଭୋଟ ନିୟମ ଅନୁସାରେ ଗୋଟିଏ ଦିନରେ ରାଜ୍ୟର ସବୁ ଓକିଲ ସଂଘର ଭୋଟ ପଡ଼ିବ। ଏହି ନିର୍ବାଚରୁ ହିଁ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଚୟନ ହେବେ।

ଶନିବାର ଓକିଲ ସଂଘର ନିର୍ବାଚନ ସକାଳ ୮ଟାରୁ ଆରମ୍ଭ ହୋଇଛି। ଏହି ନିର୍ବାଚନ ଅପରାହ୍ଣ ୩ଟା ଯାଏଁ ଚାଲିବ। ଭୋଟ ଗ୍ରହଣ ଶେଷ ହେବାର ପ୍ରାୟ ଏକ ଘଣ୍ଟା ପରେ ଭୋଟ ଗଣତି ଆରମ୍ଭ ହେବ। ଚଳିତବର୍ଷ ଓଡ଼ିଶାର ମୋଟ ୩୩ ହଜାର ୪୩୪ ଆଇନଜୀବୀ ନିର୍ବାଚନରେ ଭୋଟ ଦେବେ।

ଶନିବାର ଓକିଲ ସଂଘର ନିର୍ବାଚନରେ ରାଜ୍ୟ ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି, ସମ୍ପାଦକ ଏବଂ ୯ ଜଣ ଏକଜିକ୍ୟୁଟିଭ କମିଟି ସଦସ୍ୟ ମଧ୍ୟ ନିର୍ବାଚିତ ହେବେ। ଏଥିରେ ହାଇକୋର୍ଟ ବାର୍‌ ଆସୋସିଏସନର ୪ ହଜାର ୨୯୭ ଜଣ ଓକିଲ ଭୋଟ ଦେବେ।

ଚଳିତବର୍ଷ ଓକିଲ ସଂଘର ନିର୍ବାଚନ ପାଇଁ କୋର୍ଟଗୁଡ଼ିକରେ ସ୍ୱତନ୍ତ୍ର ବୁଥର ବ୍ୟବସ୍ଥା ହୋଇଛି। ନିର୍ବାଚନରେ ବୟସ୍କ ଆଇନଜୀବୀଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଭୋଟ ଦେବାକୁ ଆସିପାରୁନଥିବା ୯୦ ବର୍ଷରୁ ଅଧିକ ବୟସର ଓକିଲଙ୍କ ପାଇଁ ନିଜ ଘରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି।

Tags: #BarCouncilElection #OdishaBarAssociation #Advocates #Courts #Odisha

LEAVE A REPLY

Please enter your comment!
Please enter your name here