ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘଦିନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ଆଜିଠୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ। ହାଇକୋର୍ଟ ବାର୍‌ ଏବଂ କଟକର ଅନ୍ୟ ବାର୍‌ ଓକିଲଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ହାଇକୋର୍ଟ ବାର୍ ଆସୋସିଏସନ ଅନୁରୋଧ କରିଥିଲା।

ଗତ ୧ ତାରିଖରେ ବାର୍‌ ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ସ୍ଥଗିତ ହୋଇଥିବା ନେଇ ଘୋଷଣା ହୋଇଥିଲା। ବାର୍ କାଉନସିଲ ଅଫ୍ ଇଣ୍ଡିଆର ଅନୁରୋଧ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା।

କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ, ଖାଲିପଡ଼ିଥିବା ବିଚାରପତି ପଦ ପୂରଣ, ବିଚାରପତି ନିଯୁକ୍ତି ବେଳେ ହାଇକୋର୍ଟରେ ପ୍ରାକ୍ଟିସ୍‌ କରୁଥିବା ଆଇନଜୀବୀଙ୍କୁ ପ୍ରାଧାନ୍ୟ ଦିଆଯିବା ଭଳି ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଥିଲା।

Comment