ଓଡ଼ିଶାଲାଇଭ୍ ବ୍ୟୁରୋ

ମିଲେଟ୍ସ ଜାତୀୟ ଖାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଏବେ ମିଶନ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ପାର୍କ ସମ୍ମୁଖରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ଷ୍ଟଲ୍ ଖୋଲାଯାଇଛି। ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ବୁଦ୍ଧ ପାର୍କ, ମହାତ୍ମା ଗାନ୍ଧୀ ପାର୍କ ଏବଂ କେଳୁଚରଣ ପାର୍କରେ ସମ୍ମୁଖରେ ଏହି ଷ୍ଟଲ ଖୋଲାଯିବ।

ଏହି ମିଲେଟ୍ସ ଷ୍ଟଲଗୁଡ଼ିକୁ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିଚାଳନା କରୁଛନ୍ତି। ଏଠାରେ ମିଲେଟ୍ସରୁ ପ୍ରସ୍ତୁତ ଲଡ଼ୁ, ପିଠା, ସୁପ୍, କାକରା, ଖୁରମା ଓ ନିମିକି ଆଦି ବିଭିନ୍ନ ଖାଦ୍ୟ ବିକ୍ରି କରାଯାଉଛି। ଏହି ଷ୍ଟଲଗୁଡ଼ିକ ମାଧ୍ୟମରେ ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ଲୋକମାନଙ୍କୁ ପୁଷ୍ଟିଶସ୍ୟର ଗୁଣବତ୍ତା ବିଷୟରେ ସଚେତନ କରାଯାଉଛି।

ପୁଷ୍ଟିଶସ୍ୟ ବା ମିଲେଟ୍ସ ହେଉଛି ଭବିଷ୍ୟତର ସମ୍ଭାର। ମଣିଷର ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହାର ଅନେକ ଗୁଣବତ୍ତା ରହିଛି। ମିଲେଟ୍ସର ପ୍ରୋତ୍ସାହନ ପାଇଁ ‘ଓଡ଼ିଶା ମିଲେଟ୍ସ ମିଶନ’ର ଆରମ୍ଭ କରଯାଇଥିଲା।

ଜାତିସଂଘ ପକ୍ଷରୁ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ତରଫରୁ ମିଲେଟ୍ସର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।

Tags: #Millets #OdishaMilletsMission #MilletsStall #InternationalYearofMillets #Bhubaneswar

LEAVE A REPLY

Please enter your comment!
Please enter your name here