ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆରମ୍ଭ ହୋଇଥିବା ଗ୍ରୀଷ୍ମ ପ୍ରକୋପକୁ ନେଇ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ରାଜ୍ୟବାସୀ। ଅସହ୍ୟ ଗରମ ଯୋଗୁଁ ସାଧାଣର ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ସକାଳ ୮ଟାରୁ ମୁଣ୍ଡଫଟା ଖରାକୁ ଦେଖି ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।

ଆହୁରି ୩ ଦିନ ଅର୍ଥାତ ଏପ୍ରିଲ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭବନା ରହିଛି। ଏହାରି ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ ଆଶ୍ଵସ୍ତିକର ଖବର ଆସିଛି। ଆସନ୍ତା ୧୬ ତାରିଖରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ୍ ଲାଗିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଏହି ସମୟରେ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ବାୟୁପ୍ରବାହ ସମ୍ଭବନା ରହିଥିବାରୁ ଉତ୍ତର ଉପକୂଳ ସମେତ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସମ୍ଭବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।

Tags: #Weather #WeatherUpdates #SummerHeat #HighestHeatofSummer #Rainfall #Odisha

Comment