ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଇଞ୍ଜିନିୟରିଂ ଅଧ୍ୟାପକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶା ଟେକ୍ନିକାଲ୍ ଏଜୁକେସନ ଓ ଟ୍ରେନିଂ ସର୍ଭିସ କ୍ୟାଡର (ଗ୍ରୁପ୍-ବି) ଅନ୍ତର୍ଗତ ୨୨୪ଟି ପଦବୀରେ ଏହି ନିଯୁକ୍ତି ମିଳିବ।

ଏହି ଅଧ୍ୟାପକମାନଙ୍କୁ ଓଡ଼ିଶାର ବିଭିନ୍ନ ସରକାରୀ ବୈଷୟିକ ଶିକ୍ଷା ଆନୁଷ୍ଠାନରେ ୧୩ଟି ବିଭାଗ ଯଥା ସିଭିଲ, ମେକାନିକାଲ୍, ଇଲେକ୍ଟ୍ରିକାଲ୍ ଆଦିରେ ନିଯୁକ୍ତ କରାଯିବ।

ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ପାଇଁ ହେବାକୁ ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ମେ’ ୨୬। ଯଦି ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଅଧ୍ୟାପକ (ସିଭିଲ ଇଞ୍ଜିନିୟରିଂ) – ୪୫   
  • ଅଧ୍ୟାପକ (ମେକାନିକାଲ୍ ଇଞ୍ଜିନିୟରିଂ) – ୫୩
  • ଅଧ୍ୟାପକ (ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ) – ୪୩
  • ଅଧ୍ୟାପକ (ଇଲେକ୍ଟ୍ରିୋନିକ୍ସ) – ୨୪
  • ଅଧ୍ୟାପକ (କମ୍ପ୍ୟୁଟର ସାଇନ୍ସ) – ୯
  • ଅଧ୍ୟାପକ (ଗଣିତ) – ୧୧
  • ଅଧ୍ୟାପକ (ପଦାର୍ଥ ବିଜ୍ଞାନ) – ୧୩
  • ଅଧ୍ୟାପକ (କେମେଷ୍ଟ୍ରି) – ୧୧
  • ଅଧ୍ୟାପକ (ଅଟୋମୋବାଇଲ ଇଞ୍ଜିନିୟରିଂ) – ୩  
  • ଅଧ୍ୟାପକ (କେମିକାଲ୍ ଇଞ୍ଜିନିୟରିଂ) – ୨  
  • ଅଧ୍ୟାପକ (ମେଟୁଲର୍ଜି ) – ୫
  • ଅଧ୍ୟାପକ (ମାଇନିଂ ଇଞ୍ଜିନିୟରିଂ) – ୩
  • ଅଧ୍ୟାପକ (ଜିଓଲୋଜି) – ୦୨      

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୨୧ ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଲେଖା ପଢ଼ା କରିପାରୁଥିବା ଆବଶ୍ୟକ
  • ବିଭିନ୍ନ ଇଞ୍ଜିନିୟରିଂ ଅଧ୍ୟାପକ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ସମ୍ପୃକ୍ତ ବିଷୟରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ
  • ସେମାନେ ପ୍ରଥମ ଶ୍ରେଣୀରେ ବ୍ୟାଚଲର ଡିଗ୍ରୀ ପାସ କରିଥିବା ଆବଶ୍ୟକ
  • ଗଣିତ, ଫିଜିକ୍ସ, କେମେଷ୍ଟ୍ରି ଓ ଜିଓଲୋଜିରେ ଅଧ୍ୟାପକ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ସମ୍ପୃକ୍ତ ବିଷୟରେ ପ୍ରଥମ ଶ୍ରେଣୀରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଓପିଏସସି ପକ୍ଷରୁ ଏହି ଇଞ୍ଜିନିୟରିଂ ଅଧ୍ୟାପକ ପଦବୀଗୁଡ଼ିକ ପାଇଁ ଲିଖିତ ପରୀକ୍ଷା କରାଯିବ
  • ଲିଖିତ ପରୀକ୍ଷା ପରେ ପ୍ରାର୍ଥୀମାନଙ୍କ ଇଣ୍ଟରଭ୍ୟୁ କରାଯିବ
  • ଇଣ୍ଟରଭ୍ୟୁ ପରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ଓପିଏସସି ପକ୍ଷରୁ ବାହାରିବ

କେମିତି କରିବେ ଆବେଦନ

  • ଓପିଏସସିର ୱେବସାଇଟ୍ opsc.gov.in କୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଇଞ୍ଜିନିୟରିଂ ଅଧ୍ୟାପକ ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେନେଇ ଓପିଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓପିଏସସିର ୱେବସାଇଟରେ ଉପଲବ୍ଧ।

Tags: #OPSC #Engineeringlecturer #OnlineApplication #Employment #Odisha

 

LEAVE A REPLY

Please enter your comment!
Please enter your name here