ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୧୨୬୧ଟି ଡାକ୍ତର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନକୁ ଭାରତର ବିଭିନ୍ନ ସ୍ଥାନରେ ଅଶିଷ୍ଟାଣ୍ଟ ଡିଭିଜନାଲ୍ ମେଡିକାଲ ଅଫିସର(ଏଡିଏମଓ) ଭାବେ ନିଯୁକ୍ତି ମିଳିବ।

ଏହିସବୁ ନିଯୁକ୍ତି ପାଇଁ ଭାରତୀୟ ଲୋକ ସେବା ଆୟୋଗ (ୟୁପିଏସସି) ପକ୍ଷରୁ କମ୍ବାଇନ ମେଡିକାଲ ସର୍ଭିସ ପରୀକ୍ଷା (ସିଏମଏସ) ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ପାଇଁ ହେବାକୁ ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ମେ’ ୯। ଯଦି ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଜେନେରାଲ୍ ଡ୍ୟୁଟି ମେଡିକାଲ୍ ଅଫିସର ସବ୍-କ୍ୟାଡର (ମେଡିକାଲ୍ ଅଫିସର ଗ୍ରେଡ୍) – ୫୮୪
  • ରେଳ ବିଭାଗର ସହକାରୀ ବିଭାଗୀୟ ମେଡିକାଲ୍ ଅଫିସର – ୩୦୦
  • ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦର ଜେନେରାଲ ଡ୍ୟୁଟି ମେଡିକାଲ୍‌ ଅଫିସର – ୧  
  • ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍‌ରେ ଜେନେରାଲ୍ ଡ୍ୟୁଟି ମେଡିକାଲ୍ ଅଫିସର (ଗ୍ରେଡ୍-୨) – ୩୭୬

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଏମବିବିଏସ ପାଠ୍ୟକ୍ରମର ଉଭୟ ଲିଖିତ ଓ ପ୍ରାକ୍ଟିକାଲ ପରୀକ୍ଷା ପାସ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ୟୁପିଏସସି ପକ୍ଷରୁ ଏହି ଡାକ୍ତର ପଦବୀଗୁଡ଼ିକ ପାଇଁ ପରୀକ୍ଷା କରାଯିବ
  • ଲିଖିତ ପରୀକ୍ଷା ପରେ ପ୍ରାର୍ଥୀମାନଙ୍କ ଇଣ୍ଟରଭ୍ୟୁ କରାଯିବ
  • ଇଣ୍ଟରଭ୍ୟୁ ପରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ୟୁପିଏସସି ପକ୍ଷରୁ ବାହାରିବ

ଆବେଦନ ଶୁଳ୍କ

  • ଅଣସରଂକ୍ଷିତ ବର୍ଗର ପ୍ରାର୍ଥୀ – ୨୦୦ ଟଙ୍କା
  • ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ପ୍ରାର୍ଥୀ – ମାଗଣା

କେମିତି କରିବେ ଆବେଦନ

  • ୟୁପିଏସସିର ୱେବସାଇଟ୍ upsconline.nic.in କୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ଡାକ୍ତରୀ ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେନେଇ ୟୁପିଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ୟୁପିଏସସିର ୱେବସାଇଟରେ ଉପଲବ୍ଧ।

Tags: #UPSC #CMS #Doctor #ADMO #MinistryofHealthandFamilyWelfare #India

Comment