ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି। ଏଥିଲାଗି କୌଣସି ପରୀକ୍ଷା କରାଯିବ ନାହିଁ। କେବଳ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ।

ଓଡ଼ିଶାର ବିଭାଗରେ ଖାଲିଥିବା ୩୯୧ଟି ସିଭିଲ ଓ ମେକାନିକାଲ୍ ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଏପ୍ରିଲ ୨୮। ଯଦି ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର (ସିଭିଲ) – ୩୬୨
  • ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର (ମେକାନିକାଲ୍) – ୨୯

ଯୋଗ୍ୟତା

  • ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର (ସିଭିଲ)
    • ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ
    • ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷା ଆନୁଷ୍ଠାନରୁ ସିଭିଲ ଇଞ୍ଜିନିୟରିଂ ପାସ କରିଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଓଡ଼ିଆରେ ଲେଖି, ପଢ଼ି ପାରୁଥିବା ଆବଶ୍ୟକ
  • ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର (ମେକାନିକାଲ୍)
    • ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ
    • ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷା ଆନୁଷ୍ଠାନରୁ ମେକାନିକାଲ୍ ଇଞ୍ଜିନିୟରିଂ ପାସ କରିଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଓଡ଼ିଆରେ ଲେଖି, ପଢ଼ି ପାରୁଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଓପିଏସସି ପକ୍ଷରୁ ପ୍ରାର୍ଥୀମାନଙ୍କ ଇଞ୍ଜିନିୟରିଂ ଗ୍ରାଜୁଏଟ ଆପ୍ଟିଚୁଟ ଟେଷ୍ଟ (ଗେଟ) ନମ୍ବରର ମୂଲ୍ୟାୟନ କରାଯିବ
  • ଏହାପରେ ପ୍ରାର୍ଥୀମାନଙ୍କୁ ଏହି ଗେଟ ନମ୍ବର ଆଧାରରେ ଇଣ୍ଟରଭ୍ୟୁ ପାଇଁ ଚୟନ କରାଯିବ
  • ଇଣ୍ଟରଭ୍ୟୁ ପରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ଶାରୀରିକ ଯାଞ୍ଚ କରାଯିବ
  • ଶେଷରେ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ଓପିଏସସି ପକ୍ଷରୁ ବାହାରିବ

 

କେମିତି କରିବେ ଆବେଦନ

  • ଓପିଏସସିର ୱେବସାଇଟ୍ opsc.gov.in କୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର ପଦବୀ ପାଇଁ କେବେ ଇଣ୍ଟରଭ୍ୟୁ କରାଯିବ ସେନେଇ ଓପିଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଓପିଏସସିର ୱେବସାଇଟରେ ଉପଲବ୍ଧ।

Tags: #OPSC #AsstExecutiveEngineer #OnlineApplication #Employment #Odisha

 

Comment