ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପିଜି ପାଠପଢ଼ାକୁ ନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକକ ପ୍ରବେଶିକା ପରୀକ୍ଷା (ସିପେଟ୍) ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ଆଧାରରେ ହିଁ ରାଜ୍ୟର ବିଭିନ୍ନ ବିଶ୍ଵ ବିଦ୍ୟାଳୟ ଓ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପିଜି ନାମଲେଖା ହେବ।

ଏହି ଏକକ ପ୍ରବେଶିକା ପରୀକ୍ଷା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ‘ସାମ୍ସ’ ୱେବସାଇଟରେ ମେ’ ମାସ ୧ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହେବ। ମେ’ ମାସ ୧୦ ତାରିଖ ଯାଏଁ ଏହି ଆବେଦନ ଚାଲିବ। ଯଦି ଆପଣମାନେ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ଯୋଗ୍ୟତା

  • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • କେବଳ ବିଜ୍ଞାନ ବିଭାଗରେ ଆବେଦନ କରୁଥିବା ଛାତ୍ରଛାତ୍ରୀ ‘ବିଏସସି’ ପାସ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ପିଜି ନାମଲେଖା ପାଇଁ ପ୍ରଥମେ ଏକକ ପ୍ରବେଶିକା ପରୀକ୍ଷା କରାଯିବ
  • ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ମେରିଟ ଲିଷ୍ଟରେ ବାହାର କରାଯିବ
  • ମେରିଟ ଲିଷ୍ଟ ଆଧାରରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବିଶ୍ଵ ବିଦ୍ୟାଳୟ ଓ କଲେଜରେ ନାମଲେଖା ହେବ

ଆବେଦନ ପ୍ରକ୍ରିୟା

  • ଆବେଦନ ଆରମ୍ଭ – ମେ’ ୧ ତାରିଖ
  • ଆବେଦନ ଶେଷ – ମେ’ ୧୦ ତାରିଖ
  • ଆବେଦନ ଫର୍ମ ସଂଶୋଧନ – ମେ’ ୧୧ ଓ ୧୨ ତାରିଖ

ପରୀକ୍ଷା

  • ଏକକ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜୁନ ମାସ ୯ ତାରିଖରୁ ମିଳିବ
  • ଏହା ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ‘ସାମ୍ସ’ ୱେବସାଇଟରେ ଉପଲବ୍ଧ ହେବ
  • ଏକକ ପ୍ରବେଶିକା ପରୀକ୍ଷା ଜୁନ ୨୩ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୪ ତାରିଖ ଯାଏଁ ଚାଲିବ

  କେମିତି କରିବେ ଆବେଦନ

  • ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର (ସାମ୍ସ) ୱେବସାଇଟ samsodisha.gov.in କୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ରେଜିଷ୍ଟ୍ରେସନ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (ସିପେଟ୍) ୨୦୨୩-୨୪’ ଅପ୍ସନକୁ କ୍ଲିକ କରନ୍ତୁ
  • ନିଜର ଫୋନ ନମ୍ବର ଓ ଇ-ମେଲ ଆଇଡି ଦେଇ ରେଜିଷ୍ଟ୍ରେସନ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ଫର୍ମ ପୂରଣ କରନ୍ତୁ
  • ପରୀକ୍ଷା ଦେବା ପାଇଁ ନିଜ ପାଖ ସହରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ଏକକ ପ୍ରବେଶିକା ପରୀକ୍ଷାର ଫଳାଫଳ କେବେ ବାହାରିବ ସେ ନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷାର ଅଧିକ ସୂଚନା ‘ସାମ୍ସ’ ୱେବସାଇଟରେ ଉପଲବ୍ଧ।

Tags: #PGAdmission #CIPET #EducationYear2023-24 #HigherEducationDept #Education #Odisha

 

Comment