ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ମିଳିବାକୁ ଯାଉଛି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ। ଏହା ପୁରୀ ଓ କଲିକତାର ହାୱଡ଼ା ଷ୍ଟେସନ ମଧ୍ୟରେ ଚଳଚଳ କରିବ। ନିୟମିତ ଭାବେ ଟ୍ରେନ୍‌ ଚାଲିବା ପୂର୍ବରୁ ଏହାର ୩ଟି ଟ୍ରାଏଲ୍‌ ରନ୍‌ କରାଯିବ। ଶୁକ୍ରବାର ସକାଳୁ ଏହି ଟ୍ରାଏଲ୍‌ ରନ୍‌ ଆରମ୍ଭ ହୋଇଛି।

ଶୁକ୍ରବାର ଆରମ୍ଭ ହୋଇଥିବା ଟ୍ରାଏଲ୍‌ ରନରେ ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟା ୩୦ ସମୟରେ ହାୱଡ଼ାରୁ ବାହାରିଥିଲା। ଏହା ଦିନ ୧୨ଟା ୩୦ ବେଳେ ପୁରୀରେ ପହଞ୍ଚିଥିଲା। ସେହିପରି ଶୁକ୍ରବାର ଦିନ ୨ଟା ବେଳେ ପୁରୀରୁ ହାୱଡ଼ାକୁ ଯିବ। ଏହି ଟ୍ରାଏଲ୍‌ ରନରେ ଟ୍ରେନର ସର୍ବାଧିକ ଗତି, ନିରାପତ୍ତା ଓ ଅନ୍ୟାନ୍ୟ ଦିଗକୁ ନେଇ ଯାଞ୍ଚ କରାଯିବ।

ସେହିପରି ଏପ୍ରିଲ ୩୦ ଓ ମେ’ ୧ ତାରିଖରେ ଟ୍ରେନର ଦ୍ଵିତୀୟ ଓ ତୃତୀୟ ଟ୍ରାଏଲ୍‌ କରାଯିବ। ଟ୍ରାଏଲ୍‌ ରନ ସମୟରେ ଯଦି ଟ୍ରେନ ଚଳାଚଳ ଓ ଅନ୍ୟ କିଛି ଜିନିଷରେ ତ୍ରୁଟି ଦେଖାଯାଏ। ତେବେ ସେଗୁଡ଼ିକର ସମାଧାନ କରାଯିବ।

ତେବେ ବନ୍ଦେ ଭାରତ ଏକ୍ସପ୍ରେସ୍ ନିଜର ନିୟମିତ ଚଳାଚଳରେ ହାୱଡ଼ାରୁ ୬ଟା ୧୦ରେ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ ସମୟରେ ପହଞ୍ଚିବ। ସେହିପରି ପୁରୀରୁ ଅପରାହ୍ଣ ୧ଟା ୫୦ରେ ବାହାରି ରାତି ୮ଟାରେ ହାୱଡ଼ାରେ ପହଞ୍ଚିବ। ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀ-ହାୱଡ଼ା ମଧ୍ୟରେ ସର୍ବାଧିକ ୧୩୦ କିଲୋମିଟର ବେଗରେ ଗତି କରିବ। ଏହା ଦୁଇ ଷ୍ଟେସନ ମଧ୍ୟରେ ଥିବା ଦୂରତାକୁ ସାଢ଼େ ୬ ଘଣ୍ଟାରେ ପୂରଣ କରିବ।

ପୁରୀ ଓ ହାୱଡ଼ା ମଧ୍ୟରେ ଟ୍ରେନଟି ୬ଟି ଷ୍ଟେସନରେ ରହିବ। ଏହି ଷ୍ଟେସନଗୁଡ଼ିକ ମଧ୍ୟରେ ଖୋର୍ଦ୍ଧାରୋଡ୍, ଭୁବନେଶ୍ଵର, କଟକ, ଯାଜପୁର ରୋଡ୍, ଭଦ୍ରକ ଓ ଖଡଗପୁର ରହିଛି। ପ୍ରତି ଷ୍ଟେସନରେ ୨ରୁ ୫ମିନିଟ ଟ୍ରେନଟି ଅଟକିବ।

ବନ୍ଦେ ଭାରତ ଏକ୍ସପ୍ରେସର ନିୟମିତ ଚଳାଚଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମ କେବେ ହେବେ ସେ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯିବ।

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ଶୁଣନ୍ତୁ ତାଙ୍କର କାଳଜୟୀ କବିତା –

‘ଉଠରେ ଉଠରେ ଉତ୍କଳ ସନ୍ତାନ’ 

‘ମା’ ‘ମା’ ବୋଲି କେତେ ମୁଁ ଖୋଜିଲି 

Tags: #VandeBharatExpress #Puri-Howrah #TrainServices #Odisha #MinistryofRailways

Comment