ଓଡ଼ିଶାଲାଇଭ୍ ବ୍ୟୁରୋ

govt jobs

ଓଡ଼ିଶା ଉଠା ଜଳସେଚନ ନିଗମ (ଓଏଲଆଇସି) ପକ୍ଷରୁ ୧୦୮ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଏଲଆଇସିରେ ବିଭିନ୍ନ ବିଭାଗରେ ଖାଲିଥିବା ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର ଓ ଅନ୍ୟାନ୍ୟ ବିଭାଗୀୟ ପଦବୀ ଏହି ନିଯୁକ୍ତି ହେବ।

ଓଏଲଆଇସିରେ ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ମେ’ ୧୦ ଆବେଦନର ଶେଷ ତାରିଖ। ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଓଏଲଆଇସିର ଏହି ପରୀକ୍ଷା ପାଇଁ ଆବେଦନ କରିନାହାନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର– ୫୨
    • ସିଭିଲ – ୪୪
    • ଇଲେକ୍ଟ୍ରିକାଲ୍ – ୪
    • ମେକାନିକାଲ – ୪
  • ଜୁନିୟର ଇଞ୍ଜିନିୟର – ୨୪
    • ସିଭିଲ – ୧୧
    • ଇଲେକ୍ଟ୍ରିକାଲ୍ – ୫
    • ମେକାନିକାଲ – ୫
  • ବିଭାଗୀୟ ପଦବୀ – ୩୨ 
    • ଜୁନିୟର କ୍ଲର୍କ – ୧୨
    • ଜୁନିୟର ଆସିଷ୍ଟାଣ୍ଟ – ୨୦

ଯୋଗ୍ୟତା

  • ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର
    • ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ
    • ପ୍ରାର୍ଥୀମାନେ ସିଭିଲ /ଇଲେକ୍ଟ୍ରୋନିକ୍ସ/ ମେକାନିକାଲ୍ ବିଭାଗରେ ‘ବି ଟେକ୍’ ପାସ କରିଥିବା ଆବଶ୍ୟକ
  • ଜୁନିୟର ଇଞ୍ଜିନିୟର
    • ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ
    • ସେମାନେ ସିଭିଲ /ଇଲେକ୍ଟ୍ରୋନିକ୍ସ/ ମେକାନିକାଲ୍ ବିଭାଗରେ ‘ବି ଟେକ୍’ କିମ୍ବା ଡିପ୍ଲୋମା ପାସ କରିଥିବା ଆବଶ୍ୟକ
  • ବିଭାଗୀୟ ପଦବୀ
    • ପ୍ରାର୍ଥୀମାନେ ମାର୍କେଟିଂ ବିଭାଗରେ ‘ଏମବିଏ’ ପାସ କରିଥିବା ଆବଶ୍ୟକ
    • ସେମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ

ସବୁ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ଓଡ଼ିଆରେ ଲେଖିବା, ପଢ଼ିବା ଓ କହି ପାରୁଥିବା ଆବଶ୍ୟକ। ଏହି ପଦବୀଗୁଡ଼ିକ ପାଇଁ ଅନୁସୂଚିତ ଜାତି, ଜନଜାତି, ଏସସିବିସି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଅରକ୍ଷଣର ବ୍ୟବସ୍ଥା ରହିବ। ଏହି ବର୍ଗର ପ୍ରାର୍ଥୀମାନଙ୍କୁ ବୟସସୀମାରେ ଛାଡ଼ ମିଳିବ।

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଓଏଲଆଇସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପାର୍ଥୀଙ୍କର ପଦବୀ ପାଇଁ ଇଣ୍ଟରଭ୍ୟୁ କରାଯିବ। ଏହାପରେ ପଦବୀ ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କର ନାମ ବାହାରିବ।

କେମିତି କରିବେ ଆବେଦନ

  • ଓଏଲଆଇସିର ୱେବସାଇଟ୍ odishalift.com କୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ‘ରିକ୍ରୁଟମେଣ୍ଟ’ ଅପ୍ସନକୁ କ୍ଲିକ କରନ୍ତୁ
  • ସେଠାରେ ନିଜର ନାମ ‘ରେଜିଷ୍ଟର’ କରନ୍ତୁ
  • ରେଜିଷ୍ଟ୍ରେସନ ହୋଇସାରିବା ପରେ ‘ଲଗ ଇନ’ କରନ୍ତୁ
  • ଏହାପରେ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଓଏଲଆଇସି ପକ୍ଷରୁ ଏହିସବୁ ପଦବୀ ପାଇଁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏହି ପରୀକ୍ଷା କେବେ ହେବ, ସେନେଇ ଓଏଲଆଇସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓଏଲଆଇସି ୱେବସାଇଟରେ ଉପଲବ୍ଧ।

Tags: #OLIC #AsstExecutiveEngineer #JuniorEngineer #MinisterialCadre #OnlineApplication #Employment #Odisha

 

Comment