ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର ନୂଆ ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଆସନ୍ତା ୩ ବର୍ଷ ଯାଏଁ ଏହି ଦାୟିତ୍ଵରେ ରହିବେ। ସେ ଏବେ ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର ଏମଡି ତଥା ସିଇଓ ଭାବେ ଜୁନ ୩୦ ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିବେ। ଦେବଦତ୍ତ ବର୍ତ୍ତମାନ ବ୍ୟାଙ୍କ ଅଫ ବରୋଦାର ସିଇଓ ଥିବା ସଞ୍ଜୀବ ଚଢାଙ୍କ ସ୍ଥାନ ନେବେ।

ଦେବଦତ୍ତ ଚାନ୍ଦ ଦୀର୍ଘ ୨୭ ବର୍ଷ ଧରି ବ୍ୟାଙ୍କିଙ୍କ ସେକ୍ଟର ସହ ଜଡ଼ିତ। ୨୦୨୧ ମସିହା ମାର୍ଚ୍ଚ ମାସରୁ ସେ ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ଏହାସହ ସେ ବ୍ୟାଙ୍କର କୋର୍ପୋରେଟ୍ କ୍ରେଡିଟ, ଟ୍ରେଜରି ଓ ଅନ୍ତର୍ଜାତୀୟ ବ୍ୟବସାୟ ଦାୟିତ୍ୱରେ କାର୍ଯ୍ୟ କରିଛନ୍ତି। ବ୍ୟାଙ୍କ ଅଫ ବରୋଦା ପୂର୍ବରୁ ସେ ପଞ୍ଜାବ ନାସନାଲ ବ୍ୟାଙ୍କରେ କାମ କରୁଥିଲେ।

ଦେବଦତ୍ତ ଚାନ୍ଦଙ୍କ ଜନ୍ମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ହୋଇଥିଲା। ସେ କଲେଜ ଅଫ୍ ଏଗ୍ରିକଲଚର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ବିଟେକ ଡିଗ୍ରି ହାସଲ କରିଥିଲେ। ଏହାପରେ ସେ ଏମବିଏ କରି ୧୯୯୪ ମସିହାରେ ଆଲାହାବାଦ ବ୍ୟାଙ୍କରେ ମ୍ୟାନେଜର ଭାବେ କ୍ୟାରିଅର ଆରମ୍ଭ କରିଥିଲେ।

Tags: #DebadattaChand #BankofBaroda #NewMDcumCEO #BankingSector #India

LEAVE A REPLY

Please enter your comment!
Please enter your name here