ଓଡ଼ିଶାଲାଇଭ୍ ବ୍ୟୁରୋ

  • ନିଯୁକ୍ତ ହେବେ ୨,୮୩୬ ଅଙ୍ଗନବାଡ଼ି ସହାୟକ
  • ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର
  • ଉନ୍ନୀତ ହେବ ୨,୮୩୬ଟି ମିନି ଅଙ୍ଗନବାଡ଼ି କର୍ମୀ ପଦବୀ

ରାଜ୍ୟରେ ଥିବା ୨,୮୩୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ରକୁ ଉନ୍ନୀତ କରି ଅଙ୍ଗନବାଡ଼ି କେନ୍ଦ୍ରରେ ପରିଣତ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ସରକାର ବହନ କରିବେ।

ରାଜ୍ୟରେ ମୋଟ ୭୪,୧୫୪ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିବାବେଳେ ସେଥିମଧ୍ୟରୁ ୧୦,୪୧୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ରହିଥିଲା। ସେଥିମଧ୍ୟରୁ ୨,୮୩୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ରକୁ ଅଙ୍ଗନବାଡ଼ି କେନ୍ଦ୍ରରେ ପରିଣତ କରାଯାଇଛି।

ଏହା ସହିତ ଏହି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିଭିନ୍ନ କାର୍ଯ୍ୟ ପରିଚାଳନା ଯଥା – ଔଷଧ, ଆସବାବପତ୍ର ଓ ପ୍ରଶାସନିକ ଖର୍ଚ୍ଚ ବାବଦକୁ ଅଧିକ ପାଣ୍ଠିର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସାରା ରାଜ୍ୟରେ ୧୧୪ଟି ସୁପର ଭାଇଜର ପଦବୀ ସୃଷ୍ଟି କରାଯାଇଛି। ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀଙ୍କୁ ସହାୟତା କରିବା ପାଇଁ ଜଣେ ଲେଖାଏଁ ଅଙ୍ଗନବାଡ଼ି ସହାୟକଙ୍କୁ ନିଯୁକ୍ତ କରାଯିବ।

୨,୮୩୬ ଜଣ ଅଙ୍ଗନବାଡ଼ି ସହାୟକଙ୍କୁ ନିଯୁକ୍ତି ମିଳିବା ସହ ୨,୮୩୬ଟି ମିନି ଅଙ୍ଗନବାଡ଼ି କର୍ମୀ ପଦବୀକୁ ଉନ୍ନୀତ କରାଯାଇ ଅଙ୍ଗନବାଡ଼ି କର୍ମୀ ପଦବୀ ସୃଷ୍ଟି କରାଯିବ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୮,୭୫,୪୧,୪୪୦ ଟଙ୍କା ଖର୍ଚ୍ଚ କରିବେ।

Tags: #AnganwadiCentre #MiniAnganwadiCentre #Upgrade #Odisha #CMOdisha

Comment