ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

୨୦୨୩ ମେ’ ୨୮ ତାରିଖ (ରବିବାର) ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ। ମେ’ ୨୪ରୁ ଆରମ୍ଭ ହେଉଛି ମାସିକ ଋତୁସ୍ରାବ ସ୍ୱଚ୍ଛତା ସପ୍ତାହ। ଏହି ଅବସରରେ ଓଡ଼ିଶାଲାଇଭ୍‌, ସ୍ୱାସ୍ଥ୍ୟପ୍ଲସ ଏବଂ ଆଇଏଫଆଇ ଫାଉଣ୍ଡେସନର ମିଳିତ ମିଡିଆ କ୍ୟାମ୍ପେନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’।

ପିରିୟଡସ୍ ବା ଋତୁସ୍ରାବ ମହିଳାମାନଙ୍କର ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେବି ସମାଜରେ କେତେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ରହିଛି। ଆଜିବି ଝିଅମାନେ ଏ ସମ୍ପର୍କରେ ଖୋଲାଖୋଲି କଥା ହେବାକୁ ସଙ୍କୋଚ ମନେ କରୁଛନ୍ତି। ତେଣୁ ଋତୁସ୍ରାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସ ୨୮ ତାରଖକୁ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି।

ୠତୁସ୍ରାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ମିଡିଆ କ୍ୟାମ୍ପେନ ମେ’ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାର ଅଗ୍ରଣୀ ଡିଜିଟାଲ ନ୍ୟୁଜ ଚ୍ୟାନେଲ ‘ଓଡ଼ିଶାଲାଇଭ୍‌’ରେ ଏହି ସମୟ ମଧ୍ୟରେ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ସମ୍ପର୍କିତ ଭିଡିଓ ଏବଂ ଲେଖା ପୋଷ୍ଟ କରାଯିବ।

ଏହାକୁ ‘ଓଡ଼ିଶାଲାଇଭ୍‌’ର ସୋସିଆଲ ମିଡିଆ ପ୍ଲାଟଫର୍ମ – ଫେସବୁକ୍‌, ଟୁଇଟର ଆକାଉଣ୍ଟରେ ପୋଷ୍ଟ କରାଯିବ। ତା’ଛଡ଼ା ଓଡ଼ିଶାଲାଇଭର ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ୍‌ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ଉପଲକ୍ଷେ ଋତୁସ୍ରାବକୁ ନେଇ ଡାକ୍ତରଙ୍କ ଇଣ୍ଟରଭ୍ୟୁ, ଛାତ୍ରଛାତ୍ରୀଙ୍କ ସହ ପିରିୟଡସ୍ ସମ୍ପର୍କିତ ଆଲୋଚନା ଆଦି ବିଭିନ୍ନ ବିଷୟକୁ ନେଇ ଓଡ଼ିଶାଲାଇଭ୍ ପକ୍ଷରୁ ସ୍ଵତନ୍ତ୍ର ଭିଡିଓ ପ୍ରସ୍ତୁତ କରାଯାଇଛି, ଯାହା ମେ’ ୨୪ରୁ ୨୮ ତାରିଖ ମଧ୍ୟରେ ପୋଷ୍ଟ କରାଯିବ। ଏହା ସହିତ ଋତୁସ୍ରାବକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ମଧ୍ୟ ପୋଷ୍ଟ କରାଯିବ।

Tags: #MHDAY2023 #WeAreCommitted #EndPeriodStigma #EndPeriodPoverty #PeriodEducationForAll #PeriodFriendlyToiletsForAll

LEAVE A REPLY

Please enter your comment!
Please enter your name here