ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମେ’ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ନାମଲେଖା ପାଇଁ ଆବେଦନ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ‘ସାମ୍ସ’ ୱେବସାଇଟରେ ଏହି ଅନଲାଇନ ଆବେଦନ କରାଯିବ। ଚଳିତବର୍ଷ ଜୁଲାଇ ୨୯ ତାରିଖରୁ ଯୁକ୍ତ ୨ ପାଠପଢ଼ା ଆରମ୍ଭ ହେବ। ଏନେଇ ଗୁରୁବାର ଦିନ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସିଏଚଏସଇର ସୂଚନା ଅନୁସାରେ ଯୁକ୍ତ ୨ ନାମଲେଖା ପାଇଁ ଅନଲାଇନ ଆବେଦନ ଜୁନ ମାସ ୨୦ ତାରିଖ ଯାଏଁ ଚାଲିବ। ଏଥିରେ ଛାତ୍ରଛାତ୍ରୀମାନେ ଯୁକ୍ତ ୨ ପାଠପଢ଼ା ପାଇଁ ବିଷୟ ଓ ନିଜର ପସନ୍ଦର କଲେଜ ପାଇଁ ଆବେଦନ କରିବେ। ଏହାପରେ ଜୁନ ମାସ ୨୮ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ବାହାରିବ।

ଏହାପରେ ଜୁନ ୨୯ ତାରିଖରୁ ଜୁଲାଇ ମାସ ୫ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ନାମଲେଖା ଚାଲିବ। ସେହିପରି ଜୁଲାଇ ମାସ ୧୩ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ବାହାରିବ। ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଜୁଲାଇ ୧୪ ତାରିଖରୁ ୧୭ ତାରିଖ ଯାଏଁ ନାମଲେଖା ହେବ। ଏହାପରେ ସ୍ପଟ୍ ଆଡମିଶନ ଆରମ୍ଭ ହେବ।

ଚଳିତବର୍ଷ ଯୁକ୍ତ ୨ରେ ହେବାକୁଥିବା ସ୍ପଟ୍ ଆଡମିଶନ ପାଇଁ ଅନଲାଇନରେ ଆବେଦନ କରାଯିବ। ଏହାପରେ ଜୁଲାଇ ୨୯ ତାରିଖରୁ ଯୁକ୍ତ ୨ ପାଠପଢ଼ା ଆରମ୍ଭ କରିବାକୁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଯୋଜନା ରଖାଯାଇଛି।

ଅନ୍ୟପଟେ ୨୦୨୩ ମାଟ୍ରିକ ପରୀକ୍ଷାରେ ପାସ ହାର ୯୬.୪ ପ୍ରତିଶତ ରହିଛି। ଏଥିରେ ମାଟ୍ରିକରେ ମୋଟ ୫ ଲକ୍ଷ ୫ ହଜାର ୪୦୪ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ୨୦୨୩ ମାଟ୍ରିକରେ ପାସ ହାର ୨୦୨୨ ମସିହାଠାରୁ ଅଧିକ ରହିଛି। ଏବେ ଆବଶ୍ୟକ ପଡ଼ିଲେ ଯୁକ୍ତ ୨ରେ ସିଟ ସଂଖ୍ୟା ବଢ଼ାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Tags: #PlusTwoAdmissions #OnlineApplication #PlusTwoEducation #CHSE #Odisha

 

LEAVE A REPLY

Please enter your comment!
Please enter your name here