ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭିନ୍ନ ସହକାରୀ ବନ ସଂରକ୍ଷକ ଓ ଫରେଷ୍ଟ ରେଞ୍ଜର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ‘ଓଡ଼ିଶା ଫରେଷ୍ଟ ସର୍ଭିସ’ ଅଧିନରେ ଏହି ନିଯୁକ୍ତି ମିଳିବ।

ଏହି ପଦବୀଗୁଡ଼ିକ ପୂରଣ ପାଇଁ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଏବେ ଅନଲାଇନରେ ଆବେଦନ ଆରମ୍ଭ ହୋଇଛି ଜୁନ ମାସ ୨୯ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲିବ।

ଯଦି ଆପଣମାନେ ରାଜ୍ୟ ବନ ବିଭାଗର ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ସହକାରୀ ବନ ସରଂକ୍ଷକ ବା ଆସିଷ୍ଟାଣ୍ଟ କଞ୍ଜରଭେଟର ଅଫ ଫରେଷ୍ଟ (ଗ୍ରୁପ୍ – ଏ) – ୪୫
  • ଫରେଷ୍ଟ ରେଞ୍ଜର (ଗ୍ରୁପ୍ – ବି) – ୧୩୧

ଯୋଗ୍ୟତା

  • ଆବେଦନ କରୁଥିବା ପାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ସେମାନେ ଅତି କମରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନେ ଓଡ଼ିଆରେ ଲେଖି ପଢ଼ି ପାରୁଥିବା ଆବଶ୍ୟକ

ଶାରୀରିକ ଯୋଗ୍ୟତା

  • ଆବେଦନ କରୁଥିବା ପୁରୁଷମାନଙ୍କ ଉଚ୍ଚତା ୧୬୩ ସେଣ୍ଟିମିଟରରୁ କମ ହୋଇନଥିବା ଆବଶ୍ୟକ
  • ସେମାନଙ୍କୁ ଶାରୀରିକ ପରୀକ୍ଷାରେ ୪ ଘଣ୍ଟାରେ ୨୫ କିଲୋମିଟର ଚାଲିବାକୁ ପଡ଼ିବ
  • ଏହି ପରୀକ୍ଷା ପାଇଁ ଆବେଦନ କରୁଥିବା ଝିଅମାନଙ୍କ ଉଚ୍ଚତା ୧୫୦ ସେଣ୍ଟିମିଟରରୁ କମ ହୋଇନଥିବା ଆବଶ୍ୟକ
  • ସେମାନଙ୍କୁ ଶାରୀରିକ ପରୀକ୍ଷାରେ ୪ ଘଣ୍ଟାରେ ୧୬ କିଲୋମିଟର ଚାଲିବାକୁ ପଡ଼ିବ

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ଓପିଏସସି ପକ୍ଷରୁ ପ୍ରଥମେ ୧୪୦୦ ନମ୍ବରର ଲିଖିତ ପରୀକ୍ଷା କରାଯିବ
  • ଲିଖିତ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ଶାରୀରିକ ପରୀକ୍ଷା କରାଯିବ
  • ଏଥିରେ ସଫଳ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟ ପାଇଁ ଡାକଯିବ
  • ଶେଷରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • ଓପିଏସସିର ୱେବସାଇଟ୍opsc.gov.in କୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ବନ ବିଭାଗର ଏହି ସବୁ ପଦବୀ ପାଇଁ କେବେ ଲିଖିତ ପରୀକ୍ଷା କରାଯିବ, ସେ ନେଇ ଓପିଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଓପିଏସସିର ୱେବସାଇଟରେ ଉପଲବ୍ଧ।

Tags: #OPSC #AssistantConservatorofForests #ForestRanger #OdishaForestService #OnlineApplication #Employment #Odisha

 

Comment