ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ଲୋକଙ୍କ ମନରୁ ଭୟ ଯାଇନଥିବାବେଳେ ମଙ୍ଗଳବାର ଦିନ ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ ଦେଖି ଡରରେ ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି ଯାତ୍ରୀ।

ସିକନ୍ଦରାବାଦରୁ ଅଗରତାଲା ଯାଉଥିବା ଏକ୍ସପ୍ରେସରେ ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିବାବେଳେ ବି-୫ ଥାର୍ଡ ଏସି କୋଚରେ ହଠାତ୍ ଧୂଆଁ ଦେଖିବାକୁ ପାଇଥିଲେ ଯାତ୍ରୀ। ଡରରେ ବ୍ରହ୍ମପୁର ଷ୍ଟେସନରେ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବାକୁ ଅମଙ୍ଗ ହୋଇଥିବା ଦେଖିବାକୁ ମିଳିଥିଲା।

ଜୁନ ୨ ତାରିଖରେ ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସାରା ବିଶ୍ଵକୁ ଦୋହଲାଇ ଦେଇଥିଲା। ଭାରତୀୟ ରେଳ ଇତିହାସରେ ଏହା ହେଉଛି ସବୁଠାରୁ ବଡ଼ ଦୁର୍ଘଟା। ଏହି ଦୁର୍ଘଟଣାରେ ୨୭୫ ଜଣ ପ୍ରାଣ ହରାଇଥିବାବେଳେ ୧୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାଂଶ ମୃତଦେହ ଚିହ୍ନଟ ନହୋଇ ବର୍ତ୍ତମାନ ସୁଦ୍ଧା ଶବାଗାରରେ ପଡ଼ି ରହିଛି। ଏହି ଭୟଙ୍କର ଘଟଣା ପରେ ଟ୍ରେନରେ ଯାତ୍ରା କରିବାକୁ ଯାତ୍ରୀ ସୁରକ୍ଷିତ ମନେ କରୁନଥିବାବେଳେ ଆଜି ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ ଦେଖି ଯାତ୍ରୀଙ୍କ ମନରେ ଭୟ ଆହୁରି ବଢ଼ିଯାଇଛି।

Tags: #TrainTradgedyinOdisha #TrainAccident #SmokeDetectinSecunderabadAgartalaExpress

Comment